Indus Valley Times

ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏବେ ସୁଦ୍ଧା ଆସିଛି ୯୯% ଅଭିଯୋଗ

 Breaking News

ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏବେ ସୁଦ୍ଧା ଆସିଛି ୯୯% ଅଭିଯୋଗ

ସାମାଜିକ ନ୍ୟାୟ ପାଇବାରେ ଅଭିଯୋଗ ପ୍ରକୋଷ୍ଠର ଭୂମିକା ଗୁରୁତ୍ବପୂର୍ଣ୍ଣ, ଏବେ ସୁଦ୍ଧା ଆସିଛି ୯୯% ଅଭିଯୋଗ
July 01
17:37 2024

ଭୁବନେଶ୍ବର, ୧/୭:ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ ପ୍ରଥମେ ଜିଲାସ୍ତରରେ ଅଭିଯୋଗ କରନ୍ତୁ। ଜିଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ବର ଆସିବାକୁ ପଡ଼ିବନି। ଆଜି ଯେତିକି ଶୁଣାଣି ହୋଇଛି ସେଥିରୁ ପ୍ରାୟ ୯୯% ସମାଧାନ ହୋଇଯିବ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେନେଇ ରବିବାର ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ଥିତି ପରଖିଥିଲେ। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31