Indus Valley Times

ସାଲେଭଟା ଆମ୍ବେଦକର ଛକ ଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ

 Breaking News

ସାଲେଭଟା ଆମ୍ବେଦକର ଛକ ଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ

December 01
21:59 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧/୧୨ : ବଲାଂଗୀର ଜିଲ୍ଲା ଆଗଲପୁର ବ୍ଳକ ସାଲେଭଟା ଆମ୍ବେଦକର ଛକ ଠାରେ ୭୫ତମ ସମ୍ବିଧାନ ଦିବସ ଉପଲକ୍ଷେ ସଚେତନତା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସର୍ବପ୍ରଥମେ ସମ୍ବିଧାନ ର ମୂଳ ପ୍ରତିଲିପି କୁ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରାଯାଇଥିଲା।ଅଗ୍ରଗାମୀ ଜାଗୃତ ଯୁବକ ସଂଘ ର ଆବାହକ ସରୋଜ ସୁନା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ସଭାରେ ପିକେଏସ୍ ଫାଉଣ୍ଡେସନ ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ କୁମାର ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଶୋଷିତ ପରିଷଦ ରାଜ୍ୟ ସଭାପତି ବିମ୍ବାଧର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଆଗାମୀ ଏକ ବର୍ଷ ଭିତରେ ସମ୍ବିଧାନ ପ୍ରଣେତା ଡଃ ବାବାସାହେବ ଭୀମରାଓ ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ଏକ ଗୈାତମ ବୁଦ୍ଧ ପାର୍କ ପ୍ରତିଷ୍ଠା ପାଇଁ ମତ ପ୍ରକାଶ ପାଇଥିଲା।
ଲକ୍ଷେ ଘର ଗଣ୍ଡା ସମାଜ ଆଗଲପୁର ବ୍ଳକ ଅଧ୍ୟକ୍ଷ ନିର୍ଜଳା ସାଗର ସଭାପତିତ୍ବରେ ସମ୍ମାନିତ ଅତିଥି ଭାବେ ଯୁବନେତା ଆକାଶ ମିଶ୍ର,ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ପ୍ରତିଷ୍ଠାତା ପ୍ରେମରାଜ ନିଆଲ ଓରଫ୍ ନିହାଲ୍ ସିଂ, ଦଳିତ ନେତା ଡିଙ୍ଗର କୁମ୍ଭାର,ମୂଳ ନିବାସୀ ଛାତ୍ର ଓ ଯୁବ ପରିଷଦ ଓଡ଼ିଶା ରାଜ୍ୟ ସଭାପତି ଚନ୍ଦନ ନାଗ ଉପସ୍ଥିତ ଥିଲେ।
ଏଲ ଡି ଏ ଅଧକ୍ଷ ଲବ ସୁନା ମୁଖ୍ୟ ବକ୍ତା,ତଥା ଭୀମ ଆର୍ମି ଓଡିଶା ସାଧାରଣ ସମ୍ପାଦକ ଜଗଜୀବନ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।
ସୁପ୍ରସିଦ୍ଧ ହାସ୍ୟ ଅଭିନେତା ବିନ୍ଦୁ ତାଙ୍କ ବ୍ୟଙ୍ଗ ରେ ଉପସ୍ଥିତ ଶ୍ରୋତା ଙ୍କୁ ହସାଇ ହସାଇ ବେଦମ୍ କରିଥିଲେ।ଦଳିତ ଚିନ୍ତକ ଦାଶରଥି କନ୍ଧେର୍ ଧନ୍ୟବାଦ ଦେଇଥିବା ବେଳେ ଅକ୍ଷୟ ବାଗ,ଶ୍ରୀକାନ୍ତ ହରପାଲ,ଯୁବରାଜ ନାଗ,ରାଧାକାନ୍ତ ହରିପାଲ,ମଙ୍ଗଳ,କାଳିଆ କନ୍ଧେର୍,ଗୁରୁଦେବ ତାଣ୍ଡି,ପାଣ୍ଡବ କୁମ୍ଭାର,ଶ୍ରୀଧର ବିଭାର,ଜଗଦୀଶ କନ୍ଧେର୍ ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031