Indus Valley Times

ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ, ବିମାନବନ୍ଦରରୁ ବାସଭବନ ଯାଏଁ ରୋଡ ସୋ’

 Breaking News

ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ, ବିମାନବନ୍ଦରରୁ ବାସଭବନ ଯାଏଁ ରୋଡ ସୋ’

ସୁସ୍ଥ ହୋଇ ଭୁବନେଶ୍ୱର ଫେରିଲେ ନବୀନ ପଟ୍ଟନାୟକ, ବିମାନବନ୍ଦରରୁ ବାସଭବନ ଯାଏଁ ରୋଡ ସୋ’
July 12
16:47 2025

ଭୁବନେଶ୍ୱର, ୧୨/୭ : ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡିର ନେତୃବୃନ୍ଦ ଓ କର୍ମୀ ।
ଗତ ଜୁନ ୨୦ ତାରିଖରେ ଅସ୍ତ୍ରୋପଚାର ପାଇଁ ମୁମ୍ଵାଇ ଯାଇଥିଲେ ନବୀନ। ଏବଂ ଜୁନ୍ ୨୨ ତାରିଖରେ କୋକିଳାବେନ ଧୀରୁ ଭାଇ ଅମ୍ଵାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଅସ୍ତ୍ରୋପ୍ରଚାରଟି ସଫଳ ହେବାରୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଗତ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଆଜି ଭୁବନେଶ୍ଵର ଫେରିଛନ୍ତି।
ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ୨୦୨୫ ଜୁନ୍ ୨୨ ତାରିଖ ଠାରୁ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।
ମୁମ୍ବାଇ ଯିବା ପୂର୍ବରୁ ‘ଏକ୍ସ’ରେ ଟୁଇଟ୍ କରି ନବୀନ ପଟ୍ଟନାୟକ କହିଥିଲେ, ସର୍ଭିକାଲ ଆର୍ଥ୍ରାଇଟିସ୍ ସମସ୍ୟା ନେଇ ମୋର ଚିକିତ୍ସା ହେବ। ମୁମ୍ବାଇସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍‌ପିଟାଲରେ ଏହି ଚିକିତ୍ସା ହେବ। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଏହି ଚିକିତ୍ସା ହେବ।‌ ଏଥି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମାଗୁଛି। ଓଡ଼ିଆ ଭାଇଭଉଣୀଙ୍କର ଶୁଭକାମନା ଚାହୁଛି। ମୁଁ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବି। ଓଡ଼ିଶାର ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି। ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ମୁମ୍ବାଇ ଯିବା ସୂଚନା ମିଳିବା ପରେ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ ଏବଂ ଆଶୁଆରୋଗ୍ୟ କାମନା କରିଥିଲେ ।
ଚା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031