Indus Valley Times

ସ୍କୁଲ ଦୋଳିରୁ ପଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ

 Breaking News

ସ୍କୁଲ ଦୋଳିରୁ ପଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ

ସ୍କୁଲ ଦୋଳିରୁ ପଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ
January 18
18:27 2025

କଳିଙ୍ଗନଗର,୧୮/୧ : ଯାଜପୁର ଜିଲା କଳିଙ୍ଗନଗର ଟମକା ଥାନା ନୟା ବଗପାଟିଆ ପ୍ରାଇମେରୀ ସ୍କୁଲରେ ଶନିବାର ଏକ ଅଘଟଣ ଘଟିଛି। ଦୋଳି ଖେଳୁଥିବା ବେଳେ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ସମ୍ପର୍କୀୟଙ୍କ ଦ୍ୱାରା ସ୍କୁଲ ଶିକ୍ଷକ ଅଟକ ଅଛନ୍ତି। ମୃତ ଛାତ୍ର ନୟା ବଗପାଟିଆ ଗ୍ରାମର ନବଘନ ସାହୁଙ୍କ ପୁତ୍ର ସୋମ୍ୟରଞ୍ଜନ।
ସେ ଚତୁର୍ଥ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ଶିକ୍ଷକଙ୍କ ଦାୟିତ୍ୱହୀନତା ପାଇଁ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା ନବଘନ ସାହୁ। ଦାନଗଦୀଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଛନ୍ତି। ଘଟଣାସ୍ଥଳରେ ଉତ୍ତୋଳନ ପ୍ରକାଶ ପାଉଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଇ ଥିବା ଦେଖା ଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031