Indus Valley Times

ସ୍ୱତନ୍ତ୍ର ଆଇନ୍ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର

 Breaking News

ସ୍ୱତନ୍ତ୍ର ଆଇନ୍ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର

ସ୍ୱତନ୍ତ୍ର ଆଇନ୍ ଦାବିରେ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ଷ୍ଟିଅରିଂ ଧରିବେନି ୨ଲକ୍ଷ ଡ୍ରାଇଭର
July 08
11:10 2025

ଭୁବନେଶ୍ୱର,୮/୭ : ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ଷ୍ଡିଅରିଂ ଛାଡ଼ ଆନ୍ଦୋଳନ କରାଯିବ। ୬ ଦଫା ଦାବିରେ ଏହି ଅନ୍ଦୋଳନ ଡାକରା ଦିଆଯାଇଛି। ଅଟୋ ଡ୍ରାଇଭରମାନଙ୍କୁ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଆଣ୍ଡ୍ ଓ୍ବାର୍କର୍ସ ଓ୍ବେଲ୍‌ଫେୟାର ବୋର୍ଡରେ ସାମିଲ କରିବାକୁ ମଞ୍ଚ ଦାବି କରିଛି।
ଏଥିସହ ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ିଗୁଡ଼ିକ ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ପାଇଁ ପାର୍କିଂ ସହ ବିଶ୍ରାମାଗାର ଏବଂ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡ଼ିକରେ ୭୦% ରାଜ୍ୟ ଡ୍ରାଇଭରମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯିବା ଏବଂ ସେପ୍ଟେମ୍ବର ୧କୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରିବା ଦାବି ରହିଛି।
ସୂଚନାଯୋଗ୍ୟ, ଗତ ଜୁନ ୯ରେ ମହାମଞ୍ଚ ପକ୍ଷରୁ ଖବରଦାତା ସମ୍ମିଳନୀ କରାଯାଇ ଉପରୋକ୍ତ ୬ଟି ଦାବି ଉପସ୍ଥାପନା କରାଯାଇଥିଲା। ରାଜ୍ୟ ସରକାର ମଞ୍ଚର ଏହି ଦାବିଗୁଡିକ ପୂରଣ ନ କଲେ ଜୁଲାଇ ୮ରେ ରାଜ୍ୟବ୍ୟାପୀ ମଞ୍ଚର ଡ୍ରାଇଭରମାନେ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଥିଲା।
ଏହିକ୍ରମରେ ମଙ୍ଗଳବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଏକତା ମହାମଞ୍ଚ ଜରିଆରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ଡ୍ରାଇଭର ମହାସଙ୍ଘର ସଭାପତି ପ୍ରଶାନ୍ତ ମେଣ୍ଡୁଳି ଫେସ୍‌ବୁକ ଜରିଆରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ମଞ୍ଚ କହିଛି, ରାଜ୍ୟରେ ୩୫ଟି ସଂଘ ଥିବାବେଳେ ଗୋଟିଏ ସଂଘ ବନ୍ଦ ଡାକରା ଦେଇଛି। କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର୍ସ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରୁନାହିଁ। ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ବାଭାବିକ ରହିବ ବୋଲି ମିଳିତ ମଞ୍ଚ ସାଂଗଠନିକ ସମ୍ପାଦକ ସନ୍ତୋଷ ସାହୁ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31