Indus Valley Times

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ନେଇ ଭୁବନେଶ୍ୱର ଏମ୍‌ସ ଏବଂ ଆଇଆଇଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

 Breaking News

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ନେଇ ଭୁବନେଶ୍ୱର ଏମ୍‌ସ ଏବଂ ଆଇଆଇଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘କୃତ୍ରିମ ବୁଦ୍ଧିମତା’ର ପ୍ରୟୋଗ ନେଇ ଭୁବନେଶ୍ୱର ଏମ୍‌ସ ଏବଂ ଆଇଆଇଟି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
April 12
20:07 2023

ଭୁବନେଶ୍ଵର,୧୨/୪: ପାଞ୍ଚ ବର୍ଷ ପରେ ଆପଣ କେଉଁ ରୋଗରେ ଆକ୍ରାନ୍ତ ହେବେ? ଆଜିଠାରୁ ତାହା ଆକଳନ କରି କହିଦେବ ଏମ୍‌ସ ଭୁବନେଶ୍ଵର। କାରଣ ଚିକିତ୍ସା ବିଜ୍ଞାନରେ ଯୋଡିହେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ମେସିନ୍ ଲର୍ଣ୍ଣିଂ ଟେକ୍ନୋଲୋଜି। ଏଥିଲାଗି ଆଇଆଇଟି ଭୁବନେଶ୍ଵର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏମ୍‌ସ ଭୁବନେଶ୍ଵର।
ଏମଓୟୁ ମୁତାବକ, ଉଭୟ ଅନୁଷ୍ଠାନ ସହଯୋଗରେ ରିସର୍ଚ୍ଚ ଉପରେ କାମ କରିବେ। ଏକ୍ସରେ, MRI ଆଦିରେ AI ଟେକ୍ନୋଲୋଜି ବ୍ୟବହାର ହେବ। ଏବେ ଡାଇଗ୍ନୋସିସ୍ରେ ହ୍ୟୁମାନ ଟେକ୍ନିସିଆନ୍ ବା ଡାକ୍ତର ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କିନ୍ତୁ AI ଟେକ୍ନୋଲୋଜି ବ୍ୟବହାର ଦ୍ଵାରା ରୋଗର ସଠିକ ଆକଳନ ହୋଇପାରିବ। ଏମିତିକି ରୋଗର ସଠିକ ଚିକିତ୍ସା ମଧ୍ୟ ହୋଇପାରିବ। କ୍ୟାନସର ଓ କ୍ରୋନିକ୍ ଡିଜିଜ ଭଳି ରୋଗ କ୍ଷେତ୍ରରେ ଏହା ବିଶେଷ ଲାଭଦାୟକ ହେବ ବୋଲି ଏମ୍‌ସ କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ କହିଛନ୍ତି। ପାଣିପାଗ ଆକଳନ ଭଳି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହା ସ୍ଵାସ୍ଥ୍ୟ ସେବା ଆକଳନ ମଡେଲ ଭଳି କାମ କରିବ ବୋଲି ସେ କହିଛନ୍ତି।
ଚିକିତ୍ସା ବିଜ୍ଞାନ ସହ ଇଂଜିନିୟରିଂର ଏଭଳି ସହଭାଗିତା ଦେଶରେ ଅନ୍ୟତମ। ସେହିପରି ଏମ୍‌ସ ଭୁବନେଶ୍ଵର ଓ ଆଇଆଇଟି ଭୁବନେଶ୍ଵର ମିଳିତ ଭାବେ ମେଡିକାଲ ଇଞ୍ଜିନିୟରିଂ ପାଠ୍ୟକ୍ରମ ବିକାଶ କରି ସେଥିରେ ଡିପ୍ଲୋମା ଓ ଡିଗ୍ରୀ କୋର୍ସ ପ୍ରଦାନ କରିବେ। ସ୍ୱାସ୍ଥ୍ୟସେବା, ଟେକ୍ନୋଲୋଜି ଓ ମ୍ୟାନେଜମେଣ୍ଟର ମିଶ୍ରଣରେ ସମାଜର ଉନ୍ନତି ଆଣିବା ଏହି ଏମଓୟୁ ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ଵର ନିର୍ଦ୍ଦେଶକ ଶ୍ରୀପଦ କର୍ମାଲକର।
ସେହିପରି ଆଇଆଇଟି ଭୁବନେଶ୍ୱରରେ ଏକ ସେଣ୍ଟର ଅଫ୍ ବାୟୋମେଡିକାଲ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଖୋଲିବ। ଏହି ସେଣ୍ଟର ଏମ୍ସ ଭୁବନେଶ୍ଵରରୁ ଡାକ୍ତରଙ୍କଠାରୁ ଆସିବାକୁ ଥିବା ରୋଗୀଙ୍କ ତଥ୍ୟ ଆଧାରରେ ବିଭିନ୍ନ ପ୍ରକାର AI ଆଧାରିତ ଉପକରଣ ତିଆରି ହେବ। ଯାହାକି ରୋଗ ଚିହ୍ନଟ ପାଇଁ ବ୍ୟବହାର ହେବ ଓ ରୋଗର ଆଗୁଆ ଆକଳନ କରାଯାଇପାରିବ ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031