Indus Valley Times

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ରାଗିଂ ଅଭିଯୋଗ ଆଣିଲେ ପରିବାର

 Breaking News

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ରାଗିଂ ଅଭିଯୋଗ ଆଣିଲେ ପରିବାର

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ରାଗିଂ ଅଭିଯୋଗ ଆଣିଲେ ପରିବାର
March 28
11:15 2023

ଯାଜପୁର,୨୮/୩: ଯାଜପୁର ରଗଡ଼ି ସ୍ଥିତ ସରକାରୀ ପଲିଟେକ୍ନିକର ମହିଳା ଛାତ୍ରାବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେ ବେକରେ ଓଢଣି ଲଗେଇ ନିଜ ରୁମରେ ଆତ୍ମହତ୍ୟା କରିଛନ୍ତି।
ମୃତକ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ୩ୟ ବର୍ଷ ଛାତ୍ରୀ ଥିଲେ। ତାଙ୍କ ନାମ ରୋଜାଲିନ ପାତ୍ର ବୋଲି ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମୃତ ଛାତ୍ରୀ ରୋଜାଲିନଙ୍କ ଘର ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ବୋଲି ଜଣାପଡ଼ିଛି। କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସୂଚନା ମିଳିପାରିନି। ଝିଅକୁ ସାଙ୍ଗସାଥୀମାନେ ସବୁବେଳେ ରାଗିଂ କରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ସେମାନଙ୍କ କହିବା ଅନୁଯାୟୀ, ରୋଜାଲିନ ଟପ୍ପର ହେଉଥିବା ଏବଂ କ୍ୟାମ୍ପସ ପାଇଥିବା ହେତୁ ସାଙ୍ଗସାଥୀମାନେ ସହି ପାରୁ ନଥିଲେ। ସେମାନେ ତାଙ୍କୁ ହଇରାଣକରୁଥିଲେ। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031