Indus Valley Times

୧୫ ତମ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ୪୦ ଜଣଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା

 Breaking News

୧୫ ତମ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳରୁ ୪୦ ଜଣଙ୍କ ଲକ୍ଷ୍ନୌ ଅଭିମୁଖେ ଯାତ୍ରା

October 27
10:41 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୭/୧୦: କନ୍ଧମାଳ ଜିଲ୍ଲା ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ ଫୁଲବାଣୀ ସ୍ଥିତ ନେହରୁ ଯୁବ କେନ୍ଦ୍ର ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ଯୁବକ ଯୁବତୀ ଙ୍କୁ ଉତ୍ସାହିତ କରିବା ସହ ସଠିକ ମାର୍ଗ ଦର୍ଶନ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ମୂଖ୍ୟ ଅତିଥି ଭାବରେ ପିଏ.ଆଇଟିଡିଏ ପ୍ରବୀଣ କୁମାର୍ ବାଣୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରପିଏଫ ଇନ୍ସପେକଟର ଶ୍ୟାମ ସୁନ୍ଦର ଖୁଲୋ,ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନଵନୀତ କୁମାର, ସହକର୍ମୀ ସତ୍ୟବାନ ଦଳ ବେହେରା ପ୍ରମୁଖ ଯୋଗ ଦେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ବିଷୟରେ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ମାର୍ଗ ଦର୍ଶନ କରିଥିଲେ।
ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରୁ ୨୦ ଜଣ ଓ ବାଲିଗୁଡ଼ା ବ୍ଲକ ରୁ ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଙ୍କ ସହ ବାଲିଗୁଡା ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ରାମ କୁମାର୍ ଶର୍ମା, ବି ଗୌରୀ ଶଙ୍କର, ବିଳାସ ପଣ୍ଡା, ଏସ.କେ.ହସୀନା ବେଲ ପ୍ରମୁଖ ଯାତ୍ରା କରିଥିଲେ ।ଏହି କାର୍ଯ୍ୟକ୍ରମ ଲକ୍ଷ୍ନୌ ଠାରେ ଚଳିତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ମୂଖ୍ୟ ଅତିଥି ଶ୍ରୀ ବାଣୁଆ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ। ବୈଠକରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଥିବା ଅତିଥି ଓ ପ୍ରତିଯୋଗୀ ମାନଙ୍କୁ ସ୍ବାଗତ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ପୂର୍ବତନ ବିଧାୟକଙ୍କ ପଞ୍ଚାୟତରେ ପିଇବା ପାଣି ସମସ୍ୟା ଦୂର ହେବ କେବେ ?
ବାଲିଗୁଡା,୨୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସୁଡ୍ରା ପଞ୍ଚାୟତରେ ବର୍ତ୍ତମାନ କିଛି ଦିନ ହେଲା ପିଇବାପାଣି ସମସ୍ୟା ଦେଖାଦେଇଛି । ଏହି ପଞ୍ଚାୟତଟି ବାଲିଗୁଡାର ପୂର୍ବତନ କଂଗ୍ରେସ ସମର୍ଥିତ ବିଧାୟକ ସ୍ୱର୍ଗତ ସାହୁରା ମଳିକଙ୍କ ନିଜ ଗ୍ରାମ ପଞ୍ଚାୟତ ।
୧୬ ଗୋଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ଆଠ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଜଙ୍ଗଲ ପାହାଡ ଭରା ଏହି ପଞ୍ଚାୟତରେ ସୁଡ୍ରା, ଗଦରପଡା, ଆମ୍ବାବାଡ଼ି, ଜାର୍ଗୀ, ଗଟାଙ୍ଗି, ଟିକରପାଜୁ, ପଲାମୀ,ସନପଡା, ମାସ୍କାପଡି ଭଳି ବହୁ ଛୋଟବଡ ଗାଁ ରହିଛି ।
ରାଜ୍ୟ ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମ ଗୁଡିକରେ କୂପ ଗୁଡିକ ଅଚଳ ହୋଇ ରହିଥିବା ବେଳେ ହାତ ଗଣତି କେଇଟା ନଳକୂପ ଥିବାବେଳେ ଆଜକୁ ପ୍ରାୟ କୋଡିଏ ଦିନ ରୁ ଊର୍ଧ୍ଵ ହେବ ଗ୍ରାମ୍ୟ ଜଳ ଯୋଗଣ ବିଭାଗ ପକ୍ଷରୁ ଘରକୁ ଘର ବିଶୁଦ୍ଧ ପାଣି ବ୍ୟବସ୍ଥା ବନ୍ଦ ଥିବାରୁ ସୁଡ୍ରା ପଞ୍ଚାୟତ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ପାଣି ଟୋପାଏ ପାଇଁ ନିଜ ନିଜ ଘର ଠାରୁ ବହୁ ଦୂରରେ ଥିବା ନଳକୂପରୁ ଆସୁଥିବା ପାଣି ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି ।
ତାହା ପୁଣି ଗୋଟିଏ ନଳକୂପରେ ପାଣି ନେବା ପାଇଁ ପ୍ରତିଯୋଗିତା କରିବା ସହ ଛୋଟ ବଡ଼ ପାଟି ତୁଣ୍ଡ ହୋଇ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଏପଟେ ପଞ୍ଚାୟତର ସରପଞ୍ଚ ଓ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସମାଧାନ ହୋଇପାରୁନଥିବା ବିଷୟ ସୁଡ୍ରା ଗ୍ରାମର ମଞ୍ଜିଆ ଗୌଡ଼ ଓ ମାସ୍କାପଡି ଗ୍ରାମର ପ୍ରମିଳା ମଲିକ ଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଶିବ ପ୍ରସାଦ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ, ପାଣି ମେସିନ ପାଖରେ ସାମାନ୍ୟ ତ୍ରୁଟି ରହିଛି, ତାକୁ ତୁରନ୍ତ ସଜାଡି ପୂର୍ବ ଭଳି ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ।
ବାଲିଗୁଡା ରେ ‘ପଥ ଉତ୍ସବ ଏବଂ ୱାକଥନ’ କାର୍ଯ୍ୟକ୍ରମ ନିମନ୍ତେ ପ୍ରାକ ପ୍ରସ୍ତୁତି ବୈଠକ
ବାଲିଗୁଡା,୨୭/୧୦: ମୁଖ୍ୟ ନିର୍ବାଚନ ଅଧ୍ୟାକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ ଅଭିଯାନ ମାଧ୍ୟମରେ ଉପଖଣ୍ଡର ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଜ୍ବଳିତ କରିବା ନିମନ୍ତେ ବାଲିଗୁଡା ଉପଖଣ୍ଡ ପ୍ରଶାସନ ଚଳିତ ମାସ ୨୮ ତାରିଖ ସକାଳ ୭ ଘଟିକା ୩୦ ମିନିଟ୍ ସମୟରେ ଏକ \”ପଥ ଉତ୍ସବ ଏବଂ ୱାକଥନ\” କାର‌୍ୟ୍ୟକ୍ରମ ଆୟୋଜନ କରିବାକୁ ଯାଉଅଛି ।
ଯୁବଗୋଷ୍ଠୀକୁ ମତଦାନ ଅଧିକାର ବିଷୟରେ ସଚେତନ କରିବା ଏବଂ ସେମାନଙ୍କୁ ଦେଶର ଜଣେ ଦାୟିତ୍ଵବାନ ନାଗରିକ ହେବା ପାଇଁ ସ୍ଥାନୀୟ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଳାକାରଙ୍କ ଦ୍ବାରା ନାଚ, ଗୀତ, ପଥପ୍ରାନ୍ତ ନାଟକ, ରଙ୍ଗୋଲି, ଚିତ୍ରାଙ୍କନ ଏବଂ ରାଲି ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯିବ । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
\”ପଥ ଉତ୍ସବ ଏବଂ ୱାକଥନ\’ କାର୍ଯ୍ୟକ୍ରମରେ ଅଧିକ ମାତ୍ରାରେ ଛାତ୍ରଛାତ୍ରୀଙ୍କ ଯୋଗଦାନ ସହିତ ଶାନ୍ତି ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।
ଏହି ବୈଠକରେ ସ୍ଥାନୀୟ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟଳୟ ଏବଂ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ଆଦିବାସୀ ମହାବିଦ୍ୟଳୟର ଅଧ୍ୟକ୍ଷ, ଏନ.ଏସ.ଏସ. ଅଫିସର, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଅଗ୍ନିଶମ ବିଭାଗୀୟ ଅଧିକାରୀ, ବନବାସୀ ସେବା ସମିତିର କର୍ମକର୍ତ୍ତା , ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସମେତ ଉପଖଣ୍ଡ କଳାକାର ସଙ୍ଘର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ରୂପକ କୁଜୁର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା କାର୍ଯ୍ୟକ୍ରମର ରୂପରେଖ ତଥା କାର୍ଯ୍ୟସୂଚୀ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031