Indus Valley Times

ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍ ପିସ୍ କରିଦେବି

 Breaking News

ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍ ପିସ୍ କରିଦେବି

ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନାଙ୍କ ଧମକ- ୩ କୋଟି ଦିଅ, ନଚେତ ପିସ୍ ପିସ୍ କରିଦେବି
October 10
16:36 2022

ଭୁବନେଶ୍ୱର ୧୦/୧୦: ଦିନକୁ ଦିନ ଖୋଲୁଛି ବ୍ଲାକମେଲିଂ କ୍ୱିନ୍ ଅର୍ଚ୍ଚନା ନାଗଙ୍କ ନୂଆ ନୂଆ ଗୁମର । କିଭଳି ଅର୍ଚ୍ଚନା ଲୋକଙ୍କୁ ଫଶାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସୁଛି । ଅର୍ଚ୍ଚନା ନାଗ ବିରୋଧରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲାର କପି ସାମ୍ନାକୁ ଆସିଛି । କିଭଳି ଅକ୍ଷୟ ପରିଜାଙ୍କୁ ହନିଟ୍ରାପରେ ଫଶାଇବା ପରେ ବ୍ଲାକମେଲ୍ କରି ତାଙ୍କ ଠାରୁ ୩ କୋଟି ଟଙ୍କା ଆଦାୟ ପାଇଁ ଅର୍ଚ୍ଚନା ଷଡ଼ଯନ୍ତ୍ର କରିଥିଲା ଏହି କପିରେ ଉଲ୍ଲେଖ ରହିଛି ।
ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ଅର୍ଚ୍ଚନା ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇ ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ମଧ୍ୟ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା ।
ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ବରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ହୋଇଥିଲା ଭେଟ । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ବର ବାହାରକୁ ଯାଇପାରିବେ ନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା । ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ସେ ନିଜ ଆଡୁ ତଦନ୍ତ କରିଥିଲେ । ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ସେ ପାଇଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031