Indus Valley Times

ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି

 Breaking News

ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି

ଅଗଷ୍ଟ ୬ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୫ରେ ପ୍ରକାଶ ପାଇବ ବିଜ୍ଞପ୍ତି
June 29
17:19 2022

ନୂଆଦିଲ୍ଲୀ,୨୯/୬: ରାଷ୍ଟ୍ରପତି ନିର୍ବାଚନ ପରେ ଦେଶରେ ଅନୁଷ୍ଠିତ ହେବ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟ। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ଆଜି ତାରିଖ ଘୋଷଣା କରାଯାଇଛି।
ବର୍ତ୍ତମାନ ଦେଶର ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବ।
ତେଣୁ ସେ ଅବସର ନେବା ପୂର୍ବରୁ ହିଁ ନୂଆ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଉପ ରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷତା କରିବାର ପ୍ରାବଧାନ ରହିଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଯଦି ଭାରତର ପରବର୍ତ୍ତୀ ଉପ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନର ଆବଶ୍ୟକ ପଡ଼େ, ତା’ହେଲେ ଏହା ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ।
ଗଣତି ପରେ ସେହିଦିନ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଉପ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯। ଜୁଲାଇ ୨୦ ତାରିଖରେ ନାମାଙ୍କ ଯାଞ୍ଚ ଓ ୨୨ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ।
ଅଗଷ୍ଟ ୬ ତାରିଖ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ ହେବ। ଏହାପରେ ଭୋଟ ଗଣତି ସହ ଫଳାଫଳ ପ୍ରକାଣ କରାଯିବ ବୋଲି କମିଶନ ପକ୍ଷରୁ କୁହାଯାଇଛି।
ଜୁଲାଇ ୧୮ରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ। ୨୧ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ରାଷ୍ଟ୍ରପତି ପଦ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିବା ବେଳେ ଯଶୱନ୍ତ ସିହ୍ନା ବିରୋଧୀ ମେଣ୍ଟର ପ୍ରାର୍ଥୀ ହୋଇଛନ୍ତି।
ନଡିଏ ପାଖରେ ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ସଂଖ୍ୟା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031