Indus Valley Times

ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ “ସଂଯୁକ୍ତା କିଶାନ୍ ମୋର୍ଚ୍ଚା” ତରଫରୁ ପାରଳାଖେମୁଣ୍ଡି ଠାରେ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ “ସଂଯୁକ୍ତା କିଶାନ୍ ମୋର୍ଚ୍ଚା” ତରଫରୁ ପାରଳାଖେମୁଣ୍ଡି ଠାରେ ପ୍ରତିବାଦ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

June 24
22:30 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୬: କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ହୋଇଥିବା ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନ ମାନଙ୍କ ମିଳିତ ମଞ୍ଚ , ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ଆହୂତ ସର୍ବ ଭାରତୀୟ ପ୍ରତିବାଦ ଦିବସ ଆଜି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ବ୍ୟାନର ତଳେ ଶତାଧିକ କୃଷକ ଏକ ପ୍ରତିବାଦ ଶୋଭାଯାତ୍ରାରେ କଲେଜ ଛକ ପର୍ଯ୍ୟନ୍ତ ଯାଇ ସେଠାରେ କେନ୍ଦ୍ରର ମୋଦି ସରକାରର ପ୍ରତାରଣା-ପୂର୍ଣ୍ଣ ଅଗ୍ନିପଥ ଯୋଜନାର ପ୍ରତିବାଦ କରିଥିଲେ ।
ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା , ଦେଶର ସୁରକ୍ଷା ସହିତ ଖେଳିବା ବନ୍ଦ କରିବା , ଦେଶର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା , ଠିକା ଓ ଅସ୍ଥାୟୀ ନିଯୁକ୍ତି ଦେବା ବନ୍ଦ କରିବା ଆଦି ଦାବି କରା ଯାଇଥିଲା ।
ବାର୍ଷିକ ଦୁଇ କୋଟି ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ଗତ ଆଠ ବର୍ଷ ମଧ୍ୟରେ ଦେଶର ଯୁବ ସମାଜକୁ ପ୍ରତାରିତ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ ।
କେନ୍ଦ୍ର ସରକାର ଅଗ୍ନିପଥ ନାମରେ ଯୁବକ ମାନଙ୍କୁ ପ୍ରତାରିତ ନ କରି ବର୍ତ୍ତମାନ ଖାଲି ପଡିଥିବା କୋଟିଏରୁ ଅଧିକ ସରକାରୀ ପଦବୀକୁ ତୁରନ୍ତ ପୂରଣ କରିବାକୁ ବକ୍ତାମାନେ ଦାବି କରିଥିଲେ ।
ଆଜିର ପ୍ରତିବାଦ ସଭାରେ ଶ୍ରୀ ଉପେନ୍ଦ୍ର ନାୟକ , ଅଖିଳ ଭାରତ କିଶାନ୍ ମଜଦୁର ସଭା (ଏଆଇକେଏମଏସ) ର ଜିଲ୍ଲା ସମ୍ପାଦକ ଶ୍ରୀ କେଦାର ଶବର , ଜିଲ୍ଲା କମିଟି ସଭ୍ୟ ଶ୍ରୀ କାରୁଗା ଶବର , ରଈତ କୁଲି ରଈତ ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ରକମ୍ ଲୋକନାଧାମ୍ , ଓଡ଼ିଆ କୃଷକ ସଭାର ଶ୍ରୀ ଦଣ୍ଡପାଣି ରଇତ , ବିକେଏମୟୁ: ନେତା ଶ୍ରୀ ଜନା ସୁବାଷ ଚନ୍ଦ୍ର ରାଓଙ୍କ ସମେତ ବହୁ ପୁରୁଷ ସ୍ତ୍ରୀ ଲୋକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031