Indus Valley Times

ଅଗ୍ନି ବିପନ୍ନଙ୍କୁ ଦଶପଲ୍ଲା ବିଧାୟକଙ୍କ ସହାୟତା

 Breaking News

ଅଗ୍ନି ବିପନ୍ନଙ୍କୁ ଦଶପଲ୍ଲା ବିଧାୟକଙ୍କ ସହାୟତା

December 07
20:50 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୭/୧୨: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଅଧିନରେ ଥିବା ଆଦିବାସୀ କେସେଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସାତ ବଖରା ଘର ଭସ୍ମୀଭୂତ ହୋଇଯାଇଛି।


ସୂଚନା ଅନୁଯାୟୀ, ରବିବାର ରାତ୍ର ପ୍ରାୟ ୧୧ଟା ସମୟରେ ଗ୍ରାମର ରବିନ୍ଦ୍ର ମଲ୍ଲିକଙ୍କ ଘରୁ ବିଦ୍ୟୁତ୍ ତାର ସଟ୍ ସର୍କିଟ ଘଟି ନିଜ ଘର ସହ ପ୍ରଦୀପ କୁମାର ମଲ୍ଲିକ,ପ୍ରତାପ ମଲ୍ଲିକ,ପ୍ରକାଶ ମଲ୍ଲିକ,ରୋହିତ ମଲ୍ଲିକ,ବରୁଣ ଯାନୀ,ପ୍ରମିଳା ମଲ୍ଲିକ ଙ୍କ ଘରେ ନିଆଁ ଲାଗି ଘର ସହିତ ଆସବାବ ପତ୍ର ଜଳିଯାଇଥିଲା। ଏହି ଖବର ପାଇ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କେସେଣ୍ଡା ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାର ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଶୁଖିଲା ଖାଦ୍ୟ, ପାଲ,କମ୍ବଳ,ଏବଂ ମହିଳା ମାନଙ୍କୁ ଲୁଗା ବଣ୍ଟନ କରିଥିଲେ। ଦଶପଲ୍ଲା ବିଧାୟକ ଙ୍କ ସହିତ ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, କାପ୍ତାପଲ୍ଲୀ ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତ ରାୟ,ଗୁମି ସରପଞ୍ଚଙ୍କ ପ୍ରତିନିଧି ରୋହିତ ନାଏକ,ପଞ୍ଚାୟତ ବିଜେଡ଼ି ସଭାପତି,ଯୁବନେତା ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031