Indus Valley Times

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

 Breaking News

ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

April 24
20:42 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୪/୪: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବେଡାଙ୍ଗପାଜୁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଛି ।
ମୃତକ ଜଣକ ହେଲେ ଖଜୁରୀପଡ଼ା ଥାନା ବୁରୁପଦା ଗ୍ରାମର ଉତ୍ସବ ମହାନନ୍ଦ ( ୬୦ ) ଶୁକ୍ରବାର ରାତିରେ ଉତ୍ସବ ଗୁଦାରୀ ଠାରେ ଏକ ଶୁଦ୍ଧି କା ର୍ଯ୍ୟରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ ।
ବେଡାଙ୍ଗପାଜୁ ପୋଲ ଉପରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଛି ।ଗୁରୁତର ଅବସ୍ଥାରେ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହେଇଥିବା ଡାକ୍ତର କହିଛନ୍ତି ।
ଖଜୁରୀପଡ଼ା ପୁଲିସ ଶବ ବ୍ୟବଛେଦ କରାଇବା ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରଛି । ଏ ନେଇ ମୃତକଙ୍କ ପୁଅ ଲକ୍ଷ୍ମୀଧର ଖଜୁରୀପଡ଼ା ଥାନାରେ ଏତଲା ଦାଏର କରିଛି । ଏତଲା କୁ ଭିର୍ତ୍ତିକରି ପୁଲିସ ତଦନ୍ତ କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031