Indus Valley Times

ଅଧଘଣ୍ଟାର ବର୍ଷାରେ ଉବୁଠଟୁବୁ ରାଜଧାନୀ

 Breaking News

ଅଧଘଣ୍ଟାର ବର୍ଷାରେ ଉବୁଠଟୁବୁ ରାଜଧାନୀ

ଅଧଘଣ୍ଟାର ବର୍ଷାରେ ଉବୁଠଟୁବୁ ରାଜଧାନୀ
July 04
20:57 2021

ଭୁବନେଶ୍ୱର,୪/୭: ଅଧଘଣ୍ଟାର ବର୍ଷାରେ ଉବୁଟୁବୁ ରାଜଧାନୀ ଭୁବନେଶ୍ୱର । ଆଜି ଅପରାହ୍ନରେ ଭୁବନେଶ୍ୱର ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧ ଘଣ୍ଟାରେ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ ।
ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଲକ୍ଷ୍ମୀ ସାଗର ଓ ସୁନ୍ଦରପଦା ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା । ଏହାସହ ଭାରି ଦୟନୀୟ ସ୍ଥିତି ଉପୁଜିଥିଲା । ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯାଆସ ଠପ୍ ହୋଇଯାଇଥିଲା । ଏପରିକି ପାଣି ସୁଅରେ ବୁଡ଼ି ଯାଇଥିଲା ବହୁ କାର ଓ ବାଇକ୍ ।
ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ମଧ୍ୟ ଛିଡ଼ା ହୋଇ ରହିଥିଲା । ରାସ୍ତାରେ ଖାଲ ଓ ଢିପ ଜାଣି ନପାରି ବହୁ ବାଇକ ଆରୋହୀ ରାସ୍ତାରେ ପଡ଼ି ଆହତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏମତିକି କାର ଡ୍ରାଇଭର ବି ନିରୁପାୟ ହୋଇ ପଡ଼ିଥିଲେ । ମାତ୍ର ଅଧଘଣ୍ଟାଏ ଭିତରେ ରାଜଧାନୀର ଏ ଜଳାର୍ଣ୍ଣବ ସ୍ଥିତି ସ୍ମାର୍ଟସିଟି ବାସିନ୍ଦାଙ୍କୁ ନାକେଦମ କରିଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031