Indus Valley Times

ଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ତରଫରୁ ବୃକକ ରୋଗରେ ପୀଡ଼ିତ ସୂର୍ଯ୍ୟଙ୍କୁ ଆର୍ଥିକ ସହାୟତା

 Breaking News

ଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ତରଫରୁ ବୃକକ ରୋଗରେ ପୀଡ଼ିତ ସୂର୍ଯ୍ୟଙ୍କୁ ଆର୍ଥିକ ସହାୟତା

December 16
19:13 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୧୨: ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ଉଭୟ ବୃକକ ଖରାପ ଥିବା ଚବିଶି ବର୍ଷୀୟ ଯୁବକକୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟି। ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ହଠାତ୍ ଜାଣିବାକୁ ପାଇଲେ ସେ ଉଭୟ ବୃକକ ରୋଗ ରେ ଆକ୍ରାନ୍ତ ହୋଇଛନ୍ତି।
ସେ ମଧ୍ୟବିତ୍ତ ପରିବାର ର ହୋଇ ହୋଇଥିବାରୁ ତାଙ୍କ ପକ୍ଷେ ବୃକକ ପ୍ରତିରୋପଣ ସମ୍ଭବ ନୁହେଁ। ସେ ଅସହାୟ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଭିକ୍ଷା କରିଥିଲେ। ପରେ ଏହି ଖବର ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ହେବା ପରେ ଜୈନିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ରାଜସୁନାଖଳା ମହୋତ୍ସବ କମିଟିର ସହ ମିଶି ସୁନାଖଳା ବଜାର ଓ କାସନ୍ଦା ଗ୍ରାମରେ ଅନନ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିଲା ନିଧି ସଂଗ୍ରହ ଅଭିଯାନ।
ଏହି ନିଧି ସଂଗ୍ରହ ଅଭିଯାନରେ କାସନ୍ଦା ଓ ସୁନାଖଳାର ଆଗ୍ରହୀ ଯୁବକ ଅଂଶଗ୍ରହଣ କରିଥିଲେ। ନିଧି ସଂଗ୍ରହ ଅଭିଯାନରୁ ସଂଗୃହିତ ହୋଇଥିବା ଅର୍ଥରାଶି ଓ ଆଉ କିଛି ଅର୍ଥ ମିଶାଇ ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟିର କିଛି ସଦସ୍ୟ ଗତକାଲି ୨୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି।
ଗତ କାଲି ଅର୍ଥ ପ୍ରଦାନ ବେଳେ ରାଜସୁନାଖଳା ମହୋତ୍ସବ କମିଟିର ଚିତ୍ତରଞ୍ଜନ ପ୍ରଧାନ, ମନୋଜ ମହାପାତ୍ର, ପଦୀପ ରାଣା ଓ ଅନନ୍ୟା ଫାଉଣ୍ଡେସନର ଆଶୁତୋଷ ଦାସ, ସନ୍ତୋଷ କୁମାର ପ୍ରଧାନ, କାହ୍ନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031