Indus Valley Times

ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି

 Breaking News

ଅନୁପ୍ରବେଶ ରୋକିବାରେ ନୌସେନା ପ୍ରଶଂସନୀୟ ଭୂମିକା ତୁଲାଉଛି: ରାଷ୍ଟ୍ରପତି

December 04
20:02 2024

ପୁରୀ, ୪/୧୨ : ଗୁଳି ଗୋଳା ବାରୁଦ, ହେଲିକପ୍ଟରରେ ସୁ ସୁ ଗର୍ଜନରେ କମ୍ପୁଛି ପୁରୀ ବେଳାଭୂମି । କେତେବେଳେ ଜଳ ଭିତରେ ଶତ୍ରୁକୁ ବିନାଶ କରୁଛନ୍ତି ତ ଆଉ କେତେବେଳେ ବନ୍ଦୀ ଭାରତୀୟଙ୍କୁ ଆତଙ୍କବାଦୀଙ୍କ କବଳରୁ ବଞ୍ଚାଉଛନ୍ତି ନୌସେନାର ସାହସୀ ଯବାନ । ପ୍ରଥମଥର ପାଇଁ ଓଡ଼ିଶାରେ ସମୁଦ୍ର ବେଳାଭୂମିରେ ପାଳନ ହେଉଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ, ନୌସେନା ମୁଖ୍ୟ ଯୋଗ ଦେଇଛନ୍ତି ।
ଏହି ଅବସରରେ ଏକ ଅଭିନବ ଉପାୟରେ ରାଷ୍ଟ୍ରପତିଙ୍କୁ ସ୍ମାରକ ଭେଟି ଦିଆଯାଇଥିଲା । ମରିନ୍ କମାଣ୍ଡୋ ଚେତନ ମଦାନ ପାରାଚ୍ୟୁଟରୁ ଅବତରଣ କରି ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ୪ଟି ଯୁଦ୍ଧ ଟ୍ୟାଙ୍କ, ୧୫ଟି ଯୁଦ୍ଧ ଜାହାଜ, ୩୦ଟି ଯୁଦ୍ଧ ହେଲିକପ୍ଟର, ୫ଟି ଯୁଦ୍ଧ ବିମାନ, ଜେଟ୍ ନୌସେନା ଦିବସରେ ସେମାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ ।
ନୌସେନା ପକ୍ଷରୁ ୨୦ଟି ରଣ କୌଶଳ ପ୍ରଦର୍ଶନ କରାଯିବ । ବ୍ଲୁ ଫ୍ଲାଗ୍ ବିଚ୍ ରେ ୭୫୦୦ ନିମନ୍ତ୍ରିତ ଅତିଥି ବସିବାର ବନ୍ଦୋବସ୍ତ କରାଯାଇଛି । ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ।

About Author

indadmin

indadmin

Related Articles

Archives

Calendar

January 2025
M T W T F S S
 12345
6789101112
13141516171819
20212223242526
2728293031