Indus Valley Times

ଅଭିଭାବକ ବୈଠକକୁ ଅଭିଭାବକ ନ ଆସିବାରୁ ପିଲାଙ୍କୁ ମିଳିଲା ଦଣ୍ଡ

 Breaking News

ଅଭିଭାବକ ବୈଠକକୁ ଅଭିଭାବକ ନ ଆସିବାରୁ ପିଲାଙ୍କୁ ମିଳିଲା ଦଣ୍ଡ

ଅଭିଭାବକ ବୈଠକକୁ ଅଭିଭାବକ ନ ଆସିବାରୁ ପିଲାଙ୍କୁ ମିଳିଲା ଦଣ୍ଡ
August 17
20:47 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୮: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟ ପକ୍ଷରୁ ଡକାଯାଇଥିବା ଅଭିଭାବକ ବୈଠକକୁ କେତେକ ଅଭିଭାବକ ନ ଆସିବାରୁ ସେମାନଙ୍କ ପିଲାଙ୍କୁ ବାହାରେ ବର୍ଷାରେ ଠିଆ କରାଯାଇଥିବା ଅଭିଯୋଗ ହୋଇଛି ।
ଦଣ୍ଡ ମୁକ୍ତ ଅଂଚଳରେ ଅଭିଭାବକମାନଙ୍କ ପାଇଁ ପିଲାଙ୍କୁ ମିଳିଲା ଦଣ୍ଡ । ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ହେଲେ ଅଭିଯୋଗକୁ ବିଦ୍ୟାଳୟର ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ ଖଣ୍ଡନ କରିଛନ୍ତି । ସୂଚନା ମତେ, ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ୱାଦଶ ପିଲାଙ୍କ ପ୍ରତିମାସରେ ପରୀକ୍ଷା ହୋଇଥାଏ ।
ପରୀକ୍ଷାରେ ପିଲାଙ୍କ ଫଳାଫଳ କିପରି ରହିଛି ଏବଂ ଶିକ୍ଷାଦାନ ସଂପର୍କରେ ଗତକାଲି ବିଦ୍ୟାଳୟ ପକ୍ଷରୁ ଅଭିଭାବକ ବୈଠକ ଡକାଯାଇଥିଲା ।
ହେଲେ ଏହି ବୈଠକକୁ କେତେକ ଅଭିଭାବକ ଆସି ନଥିଲେ । ଫଳରେ ଆଜି ବିଦ୍ୟାଳୟର ଅଧ୍ୟକ୍ଷା ତୁମ ଅଭିଭାବକମାନେ କାହିଁକି ଆସିଲେ ନାହିଁ ସେମାନଙ୍କୁ ଡାକିବାକୁ ପିଲାଙ୍କୁ କହିଥିଲେ ।
ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ହେଉଥିବାରୁ ଅଧ୍ୟକ୍ଷା ସେମାନଙ୍କୁ ଗେଟ ପାଖକୁ ଯାଇ ତୁମର ଅଭିଭାବକମାନଙ୍କୁ ଫୋନ କରି ଡାକିବାକୁ କହିଥିଲେ ।
ପିଲାମାନେ ଗେଟ ନିକଟରେ ଠିଆ ହୋଇ ସେମାନଙ୍କ ଅଭିଭାବକମାନଙ୍କୁ ଡାକିଥିଲେ । ଏହି ସମୟରେ ବର୍ଷା ହୋଇଥିଲା । ପିଲାମାନେ ବର୍ଷାରେ ଓଦା ହୋଇ ଠିଆ ହୋଇଥିଲେ । ଏହି ସମୟରେ ଅଭିଭାବକମାନେ ସେଠାରେ ପହଂଚିଥିଲେ ।
ନିଜ ପିଲାମାନେ ବର୍ଷାରେ ଓଦା ହୋଇ ଠିଆ ହୋଇଥିବା ଦେଖି ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଏଭଳି ନିଷ୍ପତିକୁ ସେମାନେ ନିନ୍ଦା କରିଥିଲେ ।
ଯଦି ଅଭିଭାବକମାନେ ବୈଠକକୁ ଆସିନପାରିଲେ ତାହାହେଲେ ସେମାନେ ଅଭିଭାବକମାନଙ୍କୁ ସିଧାସଳଖ ଫୋନ ମାଧ୍ୟମରେ ଡାକି ପାରିଥାନ୍ତେ । କିମ୍ବା ପିଲାଙ୍କ ମାଧ୍ୟମରେ ଡାକିପାରିଥାନ୍ତେ ତାହା ନକରି ପିଲାଙ୍କୁ ବର୍ଷାରେ ବାହାରେ ଠିଆ କରାଇବା ଅନୁଚିତ । ଏଥିପାଇଁ ପିଲାଙ୍କୁ ବର୍ଷାରେ ଠିଆ କରାଇ ଦଣ୍ଡଦେବା ଠିକ ନୁହେଁ ।
ଏହାଦ୍ୱାରା ପିଲାଙ୍କ ଉପରେ ମାନସିକ ଆଘାତ ହୋଇଥିବା ଅଭିଭାବକମାନେ ଅଭିଯୋଗ କରିଥିଲେ । ପିଲାମାନେ ବର୍ଷାରେ ଓଦା ହେଉଥିବା ପିଲାଙ୍କ ଉପରେ ବିଦ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେକ ଅଭିଭାବକ କହିଥିଲେ । ଅଭିଭାବକମାନେ ଗେଟ ବାହାରେ ଠିଆ ହୋଇ ଅଧ୍ୟକ୍ଷାଙ୍କୁ ଡକାଇଥିଲେ ।
ଅଧ୍ୟକ୍ଷା ଆସି ଏଭଳି ଘଟଣାକୁ ଅନୁତାପ କରିବା ସହିତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ଅଭିଭାବକଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଏନେଇ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପଚାରିବାରୁ ଦ୍ୱାଦଶ ଶ୍ରେଣୀର ମାସିକ ପରୀକ୍ଷା ହୋଇଥିଲା । ଫଳାଫଳକୁ ନେଇ ଦ୍ୱାଦଶ ଶ୍ରେଣୀର ଅଭିଭାବକମାନଙ୍କ ଏକ ବୈଠକ ଡକାଯାଇଥିଲା ।
ହେଲେ ଉକ୍ତ ବୈଠକରେ କିଛି ଅଭିଭାବକ ଅନୁପସ୍ଥିତ ଥିଲେ । ଆଜି ସେମାନଙ୍କ ପିଲାଙ୍କୁ ଡାକିବା ପାଇଁ କହିଥିଲି । ହେଲେ ବିଦ୍ୟାଳୟରେ ରୁଟ ଟୁ ରୁଟ କାର୍ଯ୍ୟକ୍ରମ ଚାଲିଥିଲା । ଫଳରେ ଗହଳି ଯୋଗୁଁ ପିଲାଙ୍କୁ ବାହାରେ ଯାଇ ଡାକିବାକୁ କହିଥିଲେ । ହେଲେ ହଠାତ ବର୍ଷା ହୋଇଗଲା । କୌଣସି ଜାଣିଶୁଣି ଏଭଳି କରାଯାଇ ନାହିଁ ବୋଲି କହିଥିଲେ ।
ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ପ୍ରବେଶିକା ଉତ୍ସବ
ବୌଦ୍ଧ, ୧୭/୮: ବଘିଆପଡାସ୍ଥିତ ବହୁବୃତ୍ତି ଶିକ୍ଷାନୁଷ୍ଠାନରେ ଚଳିତବର୍ଷର ନୂତନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ମାନଙ୍କ ଗହଣରେ ପ୍ରବେଶିକା ଉତ୍ସବ ଓ ଅନୁସ୍ଥାପନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଅଶୋକ କୁମାର ପଣ୍ଡା, ଆଶିଷ କୁମାର ସାହୁ, ଦେବବ୍ରତ ଘୋଷ, ପପୁନ ମିର୍ଦ୍ଧା, ଓ ସମ୍ମାନିତ ବକ୍ତାଭାବେ ଡଃ ସଂଜୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିବାବେଳେ ବକ୍ତାଭାବେ ସମ୍ବିତ କୁମାର ସାହୁ, ସୌମ୍ୟରଂଜନ କର୍ମୀ, ପ୍ରୀତିପ୍ରଜ୍ଞା, ଅଭିଜିତା ରାଉତରାୟ ପ୍ରମୁଖ ଶିକ୍ଷାନୁଷ୍ଠାନର ନୀତି, ଆଦର୍ଶ ଓ ଶିକ୍ଷା ପ୍ରଣାଳି ସଂପର୍କରେ ଆଲୋକପାତ କରିବାସହ ଚାରିତ୍ରିକ ଗଠନ ଓ ଅନୁଶାସନ ଉପରେ ବିଷଦ ଆଲୋଚନା କରିଥିଲେ ।
ଅନୁଷ୍ଠାନର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସମସ୍ତ ଅତିଥିବୃନ୍ଦ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବାସହ ଶିକ୍ଷାନୁଷ୍ଠାନର ସୁନାମ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ଇଂରାଜୀ ବିଭାଗ ମୁଖ୍ୟ ଅମିତା ଯସ୍ମିନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପରିସରରେ ରୁଟସ ଟୁ ରୁଟସ କାର୍ଯ୍ୟକ୍ରମ
ବୌଦ୍ଧ,୧୭/୮: ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ରୁଟସ ଟୁ ରୁଟସ ନାମକ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ବିନିମୟ ସହନଶୀଳତା ଓ ଶାନ୍ତି ସ୍ଥାପନରେ ସହାୟକ, ଏହା ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ।
ଏହି କାର୍ଯ୍ୟକ୍ରମରେ କଥକ ନୃତ୍ୟଶିଳ୍ପୀ ଅଖିଳେଶ ପଟେଲ କଥକ ନୃତ୍ୟ ପରିବେଷଣ କରିଥିଲେ ଏବଂ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ବିଶାରଦ ବିକାଶ କୁମାର ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରାୟ ଆଠଶହ ଛାତ୍ରଛାତ୍ରୀ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମଦ୍ବାରା ଭାରତର ସଂସ୍କୃତି ବିଷୟରେ ଜ୍ଞାନ ବର୍ଜନ ହେବା ସହିତ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ବିଦ୍ୟାଳୟର ଅଧକ୍ଷା ରାଜଲକ୍ଷ୍ମୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031