Indus Valley Times

ଅରୁଣାଚଳ ପ୍ରଦେଶରେ ସେନା ଦୁର୍ଘଟଣାଗ୍ରସ୍ତ, ୫ମୃତ ଦେହ ଉଦ୍ଧାର

 Breaking News

ଅରୁଣାଚଳ ପ୍ରଦେଶରେ ସେନା ଦୁର୍ଘଟଣାଗ୍ରସ୍ତ, ୫ମୃତ ଦେହ ଉଦ୍ଧାର

October 21
19:59 2022

ନୂଆଦିଲ୍ଲୀ,୨୧/୧୦ : ଅରୁଣାଚଳ ପ୍ରଦେଶରେ ହୋଇଥିବା ସେନା ହେଲିକାପ୍ଟର ଦୁର୍ଘଟଣାସ୍ଥଳରୁ ସମସ୍ତ ୫ଟି ଯାକ ମୃତଦେହ ଉଦ୍ଧାର କରାଯାଇଛି । ସେନାର ଉଦ୍ଧାରକାରୀ ଦଳ ଏସବୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି ।
ତେବେ ମୃତକମାନଙ୍କ ନାମ ସେନା ପକ୍ଷରୁ ଘୋଷଣା କରାଯାଇନାହିଁ । ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ସେମାନଙ୍କ ନାମ ପ୍ରକାଶ କରାଯିବ ।
ଶୁକ୍ରବାର ପୂର୍ବାହ୍ଣ ୧୦ଟା ୪୩ ମିନିଟ୍ ସମୟରେ ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାର ମିଗିଙ୍ଗ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସେନାର ଏକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ଏଏଲଏଚ) ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଉକ୍ତ ହେଲିକପ୍ଟରରେ ପାଇଲଟଙ୍କୁ ମିଶାଇ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ ।
ଦୁର୍ଘଟଣା ସ୍ଥଳ ଅତ୍ୟନ୍ତ ଦୁର୍ଗମ ଥିବାରୁ ସେଠାରେ ପହଞ୍ଚିବାକୁ ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ତେବେ ବାୟୁସେନା ଓ ସେନାର ମିଳିତ ଉଦ୍ଧାରକାରୀ ଦଳ ଅପରାହ୍ଣରେ ସେଠାରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର‌୍ୟ୍ୟରେ ସହାୟତା କରିଥିଲେ ।
କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଟ୍ବିଟରରେ ସେ ଦୁର୍ଘଟଣାସ୍ଥଳର ଭିଡିଓ ଜାରି କରିଛନ୍ତି ।
ଚଳିତ ଅକ୍ଟୋବର ମାସରେ ଅରୁଣାଚଳ ପ୍ରଦେଶରେ ଏହା ହେଉଛି ୨ୟ ସେନା ହେଲିକପ୍ଟର ଦୁର୍ଘଟଣା । ଏହା ପୂର୍ବରୁ ରାଜ୍ୟର ତଓ୍ବାଙ୍ଗ ନିକଟରେ ସେନାର ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେଥିରେ ପାଇଲଟ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୫ ଜଣ ଆହତ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930