Indus Valley Times

ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଖାରଜ, ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ

 Breaking News

ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଖାରଜ, ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ

ଅର୍ଚ୍ଚନା ନାଗ୍ ଜାମିନ ଆବେଦନ ଖାରଜ, ୫ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିବ ଖଣ୍ଡଗିରି ଥାନା ପୋଲିସ
October 17
16:37 2022

ଭୁବନେଶ୍ୱର,୧୭/୧୦: ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇ ଝାରପଡ଼ା ଜେଲ ଛଟପଟ ହେଉଥିବା ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ମୁକୁଳିବା ପରି ମନେ ହେଉନି। ଅର୍ଚ୍ଚନାଙ୍କ ନାଁରେ ହନିଟ୍ରାପ୍, ବ୍ଲାକମେଲ୍ ଓ ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଛି।
ଫଳରେ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ । ଆଜି ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ଏହାକୁ ଖାରଜ କରିଦେଇଛନ୍ତି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ । ଫଳରେ ପ୍ରାୟ ୧୦ ଦିନ ହେବ ଜେଲ୍ ଚାରିକାନ୍ଥରେ ଛଟପଟ ହେଉଥିବା ଅର୍ଚ୍ଚନାଙ୍କ ଏବେ ମୁକୁଳିବା ଆଶା ପାଣି ଫୋଟକା ପରି ମିଳାଇଗଲା।
ଗତ ଶୁକ୍ରବାର ଅର୍ଚ୍ଚନା ଜାମିନ ପାଇଁ ଆବେଦନ କରିଥିଲେ। ଉକ୍ତ ଦିନ କୋର୍ଟ ଏହାକୁ ସଂରକ୍ଷିତ ରଖିଥିବା ବେଳେ ଆଜି ଶୁଣାଣି କରି ତାହାକୁ ଖାରଜ କରି ଦେଇଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହି ଅଭିଯୋଗରେ ଅକ୍ଟୋବର ୭ ତାରିଖରେ ତାକୁ ଗିରଫ କରିଥିଲା କମିଶନରେଟ ପୁଲିସ୍ । ଏବେ ସେ ଝାରପଡ଼ା ଜେଲ୍ରେ ଅଛନ୍ତି ।
ଏଥର ବି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିନି ପୁଲିସ, ଯାହାକି ପୁଲିସ୍ର ଭୂମିକା ନେଇ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ପୁଲିସ କୌଣସି ରିମାଣ୍ଡ ମାଗିନଥିବା ସ୍ପଷ୍ଟ କରିଛନ୍ତି ସରକାରୀ ଓକିଲ।
ଗିରଫର ୧୦ ଦିନ ପରେ ମଧ୍ୟ ପୁଲିସ କାହିଁକି ତାଙ୍କୁ ରିମାଣ୍ଡରେ ନେଉନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରିମାଣ୍ଡରେ ନେଇ ଅର୍ଚ୍ଚନାକୁ ଜେରା କଲେ ବଡ଼ବଡ଼ଇାଙ୍କ ଅସଲ ଚେହେରା ପଦାରେ ପଡ଼ିଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ପାତ୍ରର ପତ୍ତା ଏ ଯାଏ ମିଳୁନି ।
କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ କାୟାବିସ୍ତାର କରିଥିବା ଏହି ମାୟାବିନୀ ଅର୍ଚ୍ଚନାଙ୍କ ସହ ବଡ଼ବଡ଼ିଆଙ୍କ ସଂପୃକ୍ତି ଓ ତାଙ୍କ କଳାଧନ୍ଦାର ରହସ୍ୟ ପୁଲିସ ସାମ୍ନାକୁ ଆଣିବାକୁ ସତସାହାସ ଜୁଟାଇ ପାରୁନି। ଅର୍ଚ୍ଚନାଙ୍କ କଳାପେଡ଼ିର କାହାଣୀ ପ୍ରାୟ ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ହେଲା ଦାଣ୍ଡରେ ଗଡ଼ିଲାଣି । ମାଳମାଳ ହାଇ ପ୍ରୋଫାଇଲ ନେତାଙ୍କ ସହ ଅର୍ଚ୍ଚନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ କମିଶନରେଟ୍ ପୁଲିସ ଅସମ୍ଭବ ନୀରବତା ଅବଲମ୍ବନ କରୁଛି।
ନା ପୁଲିସ ଅର୍ଚ୍ଚନାକୁ ରିମାଣ୍ଡରେ ନେଉଛି ନା ତା’ କଳାସାମ୍ରାଜ୍ୟ ପଛର କାହାଣୀକୁ ସାର୍ବଜନୀନ କରୁଛି। ପୁଲିସ୍ର ଏପରି ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇ ମାମଲା ଯାଇ ହାଇକୋର୍ଟରେ ପହଞ୍ଚିଛି। ଘଟଣାର ତଦନ୍ତ ଇଡି ଦ୍ୱାରା କରାଇବା ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଗୋଟିଏ ଆବେଦନ କରିଛି। ଯେଉଁଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଇଡି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ୍ ଡିଜି ଓ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031