Legatus

ଆଇଏଏସ୍ ଟିନା ଡାବିଙ୍କ ଘରକୁ ଆସିଲେ କୁନି ଅତିଥି, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

 Breaking News

ଆଇଏଏସ୍ ଟିନା ଡାବିଙ୍କ ଘରକୁ ଆସିଲେ କୁନି ଅତିଥି, ପୁତ୍ର ସନ୍ତାନକୁ ଦେଲେ ଜନ୍ମ

September 16
11:45 2023

ଜୟପୁର,୧୬/୯: ଆଇଏଏସ୍ ଟିନା ଡାବି ଗତ କିଛି ମାସ ହେବ ଗର୍ଭବତୀ ଥିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ମା’ ବନିଛନ୍ତି ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ସ୍ବାମୀ ପ୍ରଦୀପ ଗୱାଣ୍ଡେ ଓ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା। ଘରକୁ କୁନି ଅତିଥି ଆସିବା ପରେ ଆଇଏଏସ୍ ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। କିଛି ମାସ ତଳେ ସେ ତାଙ୍କର ପ୍ରଥମ ପିଲାର ମାଆ ବନିବାକୁ ଯାଉଥିବା କଥା ଜଣାଇଥିଲେ।
ମାତୃତ୍ବ ଛୁଟି ପୂର୍ବରୁ ଜୈସଲମେରରେ ରହି କରିଥିବା ସବୁ କାମର କିଛି ଫଟୋ ସେୟାର କରି ଟିନା ଲେଖିଥିଲ, “ଜୈସଲମେରଟ୍ଟଗୋଟିଏ ବର୍ଷ ପାଇଁ ଜିଲ୍ଲାପାଳ ଓ ମାଜିଷ୍ଟ୍ରେଟ ଭାବରେ ଏଭଳି ସୁନ୍ଦର ଜିଲ୍ଲା ପାଇଁ କାମ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ମୁଁ ଆଜି ଜୈସଲମେରରୁ ଜ୍ଞାନର ଗନ୍ତାଘର ନେଇ ଚାଲିଯାଉଛି, ଯାହାକୁ ମୁଁ ସବୁଦିନ ସମ୍ଭାଳି ରଖିବି। ଏଠାରେ କାମ କରିବାର ଅନୁଭବ ମୋର ବହୁତ ଭଲ ଥିଲା। ମୁଁ ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି।”
ଉଲ୍ଲେଖଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ସ୍ୱାମୀ ପୁତ୍ର ସନ୍ତାନକୁ ପାଇ ବେଶ୍ ଖୁସି । ଜୁଲାଇ ୫ରୁ ଟିନା ଡାବି ମ୍ୟାଟରନିଟି ଲିଭରେ ଥିବାରୁୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚର ଆଇଏଏସ୍ ଆଶିଷ ଗୁପ୍ତାଙ୍କ ଦାୟିତ୍ୱ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31