Indus Valley Times

ଆଇଟିଆଇରେ ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀ ଅନୁଷ୍ଠିତ: ସ୍ୱାବଲମ୍ବୀ ବ୍ୟକ୍ତିର ଆବଶ୍ୟକତା ଆଜି ଦେଶର ଆହ୍ୱାନ ହୋଇଛି

 Breaking News

ଆଇଟିଆଇରେ ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀ ଅନୁଷ୍ଠିତ: ସ୍ୱାବଲମ୍ବୀ ବ୍ୟକ୍ତିର ଆବଶ୍ୟକତା ଆଜି ଦେଶର ଆହ୍ୱାନ ହୋଇଛି

September 23
21:17 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ;୨୩/୯: ଆମ ଦେଶରେ ବାର୍ଷିକ ୯୨ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କର୍ମ ନିୟୋଜନ ଆଶାରେ ବାହାରୁ ଥିବାବେଳେ ସେଥିମଧ୍ୟରୁ ମାତ୍ର ୨୦ଲକ୍ଷ ଚାକିରି କ୍ଷେତ୍ରରେ ନିୟୋଜିତ ହୋଇପାରୁଛନ୍ତି ବାକି ୭୨ଲକ୍ଷ ବେରୋଜଗାର ରହି ଯାଉଛନ୍ତି । ତେଣୁ ନିରାଶ ନହୋଇ ଯଦି ସ୍ୱାବଲମ୍ବୀ ହେବାପାଇଁ ମନବଳେଇବା ତେବେ ରୋଜଗାରକ୍ଷମ ହୋଇ ସମାଜରେ ପ୍ରତିଷ୍ଠାଲାଭ କରିବା ।
ଏହାହିଁ ବର୍ତ୍ତମାନ ଦେଶର ଆହ୍ୱାନ ରହିଛି । ଏହି ଆହ୍ୱାନକୁ ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱରସହ ଗ୍ରହଣକଲେ ଆମେ ଦେଶକୁ ଏକ ବିତ୍ତଶିଳ ରାଷ୍ଟ୍ରଭାବେ ବିଶ୍ୱରେ ପରିଚିତ କରାଇପାରିବା ବୋଲି ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମେିଳନୀରେ ବକ୍ତାମାନେ ମତ ପୋଷଣ କରିଛନ୍ତି । ସ୍ୱାବଲମ୍ବୀ ଭାରତ ଅଭିଯାନ ପକ୍ଷରୁ ଜିଲ୍ଲାର ବଘିଆପଡା ଠାରେ ଥିବା ସରକାରୀ ଆଇଟିଆଇ ଅନୁଷ୍ଠାନରେ ଏକ ଉଦ୍ୟୋଗୀ ପ୍ରତ୍ସୋହନ ସମ୍ମିଳନୀ ଜିଲ୍ଲା ସଂଯୋଜକ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଅନୁଷ୍ଠାନର ଅଧ୍ୟକ୍ଷ ଅବିନାଶ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଉଦ୍ୟୋଗପତି ଡଃ ସଂଜୟ କୁମାର ପଣ୍ଡା ଯୋଗଦେଇ ସ୍ୱାବଲମ୍ବୀ ଭାରତ ଅଭିଯାନର ଲକ୍ଷ୍ୟ ଓ ସାଧନ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ଦେବାସହ ରାଷ୍ଟ୍ରର ଆବଶ୍ୟକତାକୁ ଗୁରୁତ୍ୱସହ ବିଚାର କରିବା ପାଇଁ ପରାମର୍ଶ ଦେଇଥିଲେ ।
ପ୍ରାରମ୍ଭରେ ଅନୁଷ୍ଠାନର ଶିକ୍ଷକ ମକରଧ୍ୱଜ ପାଢୀ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିବାବେଳେ ଶିକ୍ଷକ ସୁବୋଧ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ଅନୁଷ୍ଠାନର ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷକ ଯୋଗଦେଇଥିଲେ ।
ଜାତୀୟ ରାଜପଥରେ ଅଢେଇ ଲକ୍ଷ ଟଙ୍କା ଲୁଟ , ଥାନାରେ ମାମଲା
ବୌଦ୍ଧ,୨୩/୯: ବୌଦ୍ଧ ସହର ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ବିହାର ନିକଟରେ ସାଢେ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ, ବୌଦ୍ଧ ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଅଶୋକ ଅଗ୍ରୱାଲା ଗତ ବୁଧବାର ଦିନ ପିଏନବି ବ୍ୟାଙ୍କ ଠାରୁ ଅଢେଇଲକ୍ଷ ଟଙ୍କା ଉଠାଇ ବାଇକ ଯୋଗେ ବଘିଆପଡା ଯାଉଥିବା ବେଳେ ସହରର ରାମେଶ୍ୱର ବିହାର ନିକଟସ୍ଥ ଏକ ଦୋକାନରୁ କିଛି ସାମଗ୍ରୀ କିଣିବାକୁ ଗାଡି ରଖିଥିଲେ ।
ତାଙ୍କ ପଛପଟୁ ଏକ କଳା ରଙ୍ଗର ପଲସର ବାଇକ ଯୋଗେ ଦୁଇଜଣ ଦୁର୍ବୁତ୍ତ ଆସି ଟଙ୍କା ବ୍ୟାଗଟାକୁ ଟାଣି ଦେଇ ଦ୍ରୁତ ଗତିରେ ବ୍ରିଜ ଛକ ଆଡକୁ ଚାଲିଯାଇଥିଲେ । ସେମାନଙ୍କୁ ପିଛା କରି ଖୋଜା ଖୋଜି କରିଥିଲେ ସେମାନଙ୍କ ପତ୍ତା ମିଳିନଥିଲା । ଫଳରେ ବୌଦ୍ଧ ଥାନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031