Indus Valley Times

ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ

 Breaking News

ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ

ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ
July 13
19:55 2020

ଯାଜପୁର,୧୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ ବ୍ୟାପକ ପ୍ରଭାବ ବିସ୍ତାର କରିଥିବା ବେଳେ ଯାଜପୁର ଜିଲ୍ଳ୍‌ା ଏଥିରୁ ବାଦ୍ ପଡିନାହିଁ । ଜୁଲାଇ ୧୧ ତାରିଖ ସୁଦ୍ଧା ଜିଲ୍ଳ୍‌ାରେ ୯୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଚ୍ଥି । ଏତେ ସଂଖ୍ୟକ ପଜିଟିଭ୍ ବାହାରିବା ସତ୍ତ୍ୱେ ସାଧାରଣ ଲୋକମାନେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ପ୍ରତି ନିଷ୍ଠାବାନ ନ ହେବା ରୋଗ ସଂକମଣକୁ ଖୋରକ ଯୋଗାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଚ୍ଥନ୍ତି । ସଂକ୍ରମଣକୁ ରୋକିବା ସହ କରୋନାର ଚେନ ଭାଙ୍ଗିବାକୁ ପ୍ରାଥମିକ ସ୍ତର ଭଳି ପୁନର୍ବାର ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରି ଆଇନ ଅମାନ୍ୟକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଚ୍ଥି । ବିନା ହେଲ୍‌ମେଟ୍‌, ବିନା ମାସ୍କରେ ଓ ବିନା କାରଣରେ ବାହାରେ ବୁଲୁଥିଲେ ସେମାନଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଉଚ୍ଥି । ବିଗତ ୨ ଦିନର ଧରପଗଡରେ ଦେଖାଯାଉଚ୍ଥି କି, ଯୁବ ବର୍ଗର କିଚ୍ଥି ଅମାନିଆ ହିଁ ସର୍ବାଧିକ ପାଂଇନର ଶିକାର ହୋଇଚ୍ଥନ୍ତି । ଅର୍ଥାତ୍ ଏହିମାନେ ହିଁ ଆଇନ ଅମାନ୍ୟ କରୁଚ୍ଥନ୍ତି । ଆଉ କେତେକ ପାନ ଖାଇ ଚ୍ଥେପ ପୋଂପାଡୁଥିବାରୁ ମଧ୍ୟ ଦଣ୍ଡିତ ହୋଇଚ୍ଥନ୍ତି ବୋଲି ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ବିଗତ ୪-୫ ମାସ ଧରି ସରକାର ଓ ପ୍ରଶାସନ ଲୋକ ମାନଙ୍କୁ ଅନେକ ସଚେତନ କଲେଣି । ଅନେକ ମଧ୍ୟ ସଚେତନ ହୋଇ ଆଇନକୁ ସମ୍ମାନ ଦେଇଚ୍ଥନ୍ତି । ତେବେ କିଚ୍ଥି ଅମାନିଆଙ୍କ ଲାଗି ପୁରା ଜିଲ୍ଳ୍‌ାବାସୀଙ୍କୁ ଅସୁରକ୍ଷିତ କରାଯାଇପାରିବ ନାହିଁ । ତେଣୁ ବର୍ତ୍ତମାନ ଧରପଗଡକୁ ଜୋରଦାର କରିବାକୁ ଜିଲ୍ଳ୍‌ାପାଳ ନିର୍ଦ୍ଦେଶ ଦେବା ସହ ନିଜେ ମଧ୍ୟ ରାସ୍ତାକୁ ଓହ୍ଳାଇଚ୍ଥନ୍ତି । ସୋମବାର କୁଆଖିଆ, ବାରବାଟୀ ଓ ପାଣିକୋଇଲି ଚ୍ଥକଠାରେ ଜିଲ୍ଳ୍‌ାପାଳ ଶ୍ରୀ ଦାସଙ୍କ ସମେତ ଆଇ.ଏ.ଏସ. ପ୍ରୋ୍‌ବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି, ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, କୁଆଖିଆ ଥାନା ଆଇ.ଆଇ.ସି. ମନୋଜ ସ୍ୱାଇଁ , ପାଣିକୋଇଲି ଥାନା ଆଇ.ଆଇ.ସି. ଅଜୟ କୁମାର ଜେନା, ଜିଲ୍ଳା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପ୍ରମୁଖ ଆଇନ ଅମାନ୍ୟକାରୀଙ୍କୁ ଅଟକ ରଖିବା ସହ ପାଂଇନ ଆଦାୟ କରିଥିଲେ । ପୂର୍ବାହ୍ନରେ ମୋଟ ୨୭ ହଜାର ୫୦୦ ଟଙ୍କା ପାଣିକୋଇଲି ଓ କୁଆଖିଆ ଚ୍ଥକରୁ ପାଂଇନ ଆଦାୟ କରାଯାଇଚ୍ଥି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031