Indus Valley Times

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

 Breaking News

ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ପୋଲିସ ମହାନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

December 30
18:16 2023

ଭୁବନେଶ୍ୱର,୩୦/୧୨ : ଓଡ଼ିଶାର ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ। ଆଜି ତାଙ୍କୁ ରାଜ୍ୟ ସରକାର ପୁଲିସ୍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଏହି ପଦର ଅତିରିକ୍ତ ଦାୟିତ୍ୱରେ ରହିବେ। ନୂଆ ଡିଜିପି ନିଯୁକ୍ତ ହେବା ଯାଏ ସେ ଏହି ପଦର ଦାୟିତ୍ୱରେ ରହିବେ ବୋଲି ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
୧୯୯୦ ବ୍ୟାଚ୍ର ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ ଏବେ ଈଚଝଚଇର ନିର୍ଦ୍ଦେଶକ ରହିଛନ୍ତି। ତେଣୁ ବିପିଏସପିଏ ନିର୍ଦ୍ଦେଶ ସହ ସେ ପୁଲିସ୍ ବିଭାଗର ମୁଖ୍ୟ ଭାବେ କାମ କରିବେ।
ଆସନ୍ତା ଡିସେମ୍ବର ୩୧ତାରିଖରେ ବର୍ତ୍ତମାନର ପୁଲିସ ଡିଜି ସୁନୀଲ କୁମାର ବଂଶଲ ଚାକିରିରୁ ଅବସର ନେବେ। ତେଣୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀ ଶପଥ ନେବେ।
ପରବର୍ତ୍ତୀ ପୁଲିସ ଡିଜି ପଦବୀ ନିମନ୍ତେ ରାଜ୍ୟ ସରକାର ମୋଟ ୭ଜଣ ଆଇପିଏସ ଅଫିସରଙ୍କ ତାଲିକା ୟୁପିଏସସିଙ୍କୁ ସୁପାରିସ୍ କରିଛନ୍ତି । ୧୯୮୮ରୁ ୧୯୯୦ ବ୍ୟାଚ୍ ମଧ୍ୟରେ ଥିବା ମୋଟ ୮ଜଣ ଆଇପିଏସ ଅଫିସରଙ୍କ ମଧ୍ୟରୁ ୧୯୮୯ ବ୍ୟାଚର ଆଇପିଏସ୍ ପ୍ରାଣବିନ୍ଦୁ ଆଚାର‌୍ୟ୍ୟଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୭ଜଣଙ୍କ ନାମ ୟୁପିଏସସିକୁ ପଠାଯାଇଛି ।
୧୯୮୮ ବ୍ୟାଚର ଅରୁଣ କୁମାର ରାୟ, ୧୯୮୯ ବ୍ୟାଚର ଏ.ଏମ୍.ପ୍ରସାଦ, ବି ରାଧିକା,ଏସଏମ୍ ନରୱଣେ ଏବଂ ୧୯୯୦ ବ୍ୟାଚର ୱାଇବି ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କ ନାଁ ରହିଛି। ଏହି ଅଫିସରଙ୍କ ତାଲିକା ପଠାଯାଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏସସିଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ କରୁନଥିବା ଜଣାପଡ଼ିଥିଲା।
ବି ରାଧିକା ରାଜ୍ୟର ଡିଜିପି ହେବେ ବୋଲି ମଧ୍ୟ କୁହାଯାଉଥିଲା। ଏପରି ହୋଇଥିଲେ ରାଜ୍ୟକୁ ପ୍ରଥମ ମହିଳା ପୁଲିସ ମୁଖ୍ୟ ମିଳିଥାଆନ୍ତେ। କିନ୍ତୁ ଆଜି ଗୃହ ବିଭାଗ ଅରୁଣ ଷଡ଼ଙ୍ଗୀ ଡିଜିପି ଦାୟିତ୍ୱ ଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031