Legatus

ଆଇପିଏସ୍ ସ୍ତରରେ ଅଦଳ ବଦଳ, ଅମୃତ ମୋହନ ପ୍ରସାଦ ଜେଲ୍ ଡିଜି; ଉମାଶଙ୍କରଙ୍କ ବି ହେଲା ବଦଳି

 Breaking News

ଆଇପିଏସ୍ ସ୍ତରରେ ଅଦଳ ବଦଳ, ଅମୃତ ମୋହନ ପ୍ରସାଦ ଜେଲ୍ ଡିଜି; ଉମାଶଙ୍କରଙ୍କ ବି ହେଲା ବଦଳି

October 31
17:37 2023

ଭୁବନେଶ୍ୱର,୩୧/୧୦ : ଓଚଝ ସ୍ତରରେ ଆଜି ଏକ ଛୋଟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଓଏସ୍ଡ ଥିବା ୧୯୮୮ ବ୍ୟାଚ୍ର ଆଇପିଏସ୍ ଅଫିସର ଅରୁଣ ରାୟଙ୍କୁ ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ସ୍ୱତନ୍ତ୍ର ଡିଜିପି, ଏଚ୍ଆର୍ପିସି ଭାବେ କାର୍ଯ୍ୟ କରୁଥିବା ୧୯୮୯ ବ୍ୟାଚ୍ର ଆଇପିଏସ୍ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍ ଆଇପିଏସ୍ ମନୋଜ କୁମାର ଛାବ୍ରା ଆଜି ସରକାରୀ ଚାକିରିରୁ ଅବସର ନେବା ପରେ ଅମୃତ ମୋହନ ପ୍ରସାଦଙ୍କୁ ଜେଲ୍ ବିଭାଗ ଡିଜି ଭାବେ ବଦଳି କରାଯାଇଛି।
ରାଜ୍ୟ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେସନ୍ ନିର୍ଦ୍ଦେଶକ ଥିବା ୧୯୯୨ ବ୍ୟାଚ୍ର ଆଇପିଏସ୍ ଅଫିସର ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, ଏଚ୍ଆର୍ପିସି ଭାବେ ବଦଳି କରାଯାଇଛି।
ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ରେ ଅତିରିକ୍ତ ପୁଲିସ୍ କମିଶନର ଥିବା ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ଉମାଶଙ୍କର ଦାଶଙ୍କୁ ଏସ୍ଆଇଡବ୍ଲ୍ୟୁର ଡିଆଇଜି ଭାବେ ବଦଳି କରାଯାଇଛି।
ପୁଲିସ୍ ମୁଖ୍ୟାଳୟରେ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିବା ୨୦୦୯ ବ୍ୟାଚ୍ର ଆଇପିଏସ୍ ଅଫିସର ବ୍ରିଜେଶ କୁମାର ରାୟଙ୍କୁ ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ୍ରେ ଅତିରିକ୍ତ ପୁଲିସ୍ କମିଶନର ଭାବେ ବଦଳି କରାଯାଇଛି।
ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଅନୁଗୋଳରେ ଅବସ୍ଥାପିତ ହୋଇଥିଲେ ବ୍ରିଜେଶ କୁମାର ରାୟ। ସେ ଅନୁଗୋଳ ପିଟିସିର ଅଧ୍ୟକ୍ଷ ଭାବେ ମଧ୍ୟ କାର‌୍ୟ୍ୟ କରୁଥିଲେ। ତେବେ ତାଙ୍କ ପତ୍ନୀଙ୍କ ବିରୋଧରେ ଜଣେ ମହିଳା ହୋମଗାର୍ଡ ନିର‌୍ୟାତନା ଅଭିଯୋଗ ଆଣି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ପରେ ବିବାଦୀୟ ହୋଇପଡ଼ିଥିଲେ ବ୍ରିଜେଶ କୁମାର ରାୟ। ତା’ପରେ ତାଙ୍କୁ କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ ବଦଳି କରି ଦିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31