Indus Valley Times

ମୁର୍ଶୁଣ୍ଢ ଖେଳ ପଡ଼ିଆ ଠାରେ ଅନ୍ତୋଦୟ ଗୃହ ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ମୁର୍ଶୁଣ୍ଢ ଖେଳ ପଡ଼ିଆ ଠାରେ ଅନ୍ତୋଦୟ ଗୃହ ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁର୍ଶୁଣ୍ଢ ଖେଳ ପଡ଼ିଆ ଠାରେ ଅନ୍ତୋଦୟ ଗୃହ ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ
March 30
21:28 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩୦/୩ : ରବିବାର ଦିନ ୧୨.୩୦ ମିନିଟ ସମୟରେ ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ୧ ସ୍ଥିତ ଖେଳ ପଡିଆ ଠାରେ ଅନ୍ତୋଦୟ ଗୃହ ଯୋଜନାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଭବାନୀପାଟଣା ଠାରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ଶୁଭାରମ୍ଭକୁ ପ୍ରଦର୍ଶନ କରା ଯାଇଥିଲା । ମୁର୍ଶୁଣ୍ଢ୧ ସ୍ଥିତ ଖେଳ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ସେହିପରି ବିଭିନ୍ନ ଅଂଚଳରୁ ଆସିଥିବା ହିତାଧିକାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସିଆରପି, ଏମବିକେ ଓ ଜନସାଧାରଣ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930