Indus Valley Times

ଆକାଶବାଣୀ ର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥ ତଥା ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ପର୍ବତାରୋହୀଙ୍କୁ ବିଜୁ ମହତାବ ସ୍ଵଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଟିର ମହକ ସମ୍ମାନ

 Breaking News

ଆକାଶବାଣୀ ର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥ ତଥା ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ପର୍ବତାରୋହୀଙ୍କୁ ବିଜୁ ମହତାବ ସ୍ଵଚ୍ଛାସେବୀ ଅନୁଷ୍ଠାନ ତରଫରୁ ମାଟିର ମହକ ସମ୍ମାନ

August 29
14:16 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୯/୮: ଇଟାମାଟି , ନୟାଗଡ଼ ଜିଲ୍ଲାଇଟାମାଟି ର ପୁଅ ତଥା ଆକାଶବାଣୀ ର ନିର୍ଦ୍ଦେଶକ ସୌଭାଗ୍ୟ କୁମାର ରଥ ତଥା ଆନ୍ତର୍ଜାତୀୟ ଖ୍ୟାତସମ୍ପନ୍ନ ପର୍ବତାରୋହୀ ଙ୍କୁ ଆଜି ବିଜୁ ମହତାବ ସ୍ଵଚ୍ଛାସେବୀ ଅନୁଷ୍ଠାନ ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ ରେ ମାଟିର ମହକ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଛି।
ଏ ଅଞ୍ଚଳ ର ଶିକ୍ଷା ଅନୁଷ୍ଠାନ ,ସାଂସ୍କୃତିକ ଅନୁଷ୍ଠାନ ଆଦି ପଚାଶ ରୁ ଅଧିକ ଅନୁଷ୍ଠାନ ବୁଦ୍ଧିଜୀବୀ ଏବଂ ଶତାଧିକ ଛାତ୍ର ,ଛାତ୍ରୀ ଯୋଗଦାନ କରିଥିବା ଏ ଉତ୍ସବ ରେ ସ୍ଥାନୀୟ ବିଧାୟକ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀମାନ ରଥ ଙ୍କୁ ମାନପତ୍ର ,ପୁଷ୍ପଗୁଚ୍ଛ , ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ, ଏହା କେବଳ ଇଟାମାଟି ବା ନୟାଗଡ଼ ର ନୁହେଁ ବରଂ ପ୍ରତ୍ୟେକ ଓଡ଼ିଆ ର ଏବଂ ଓଡ଼ିଶା ର ବୋଲି କହିବା ସହ ଆମେ ଅଧିକ ସଫଳତା କାମନା କରିବୁ ବୋଲି କହିଥିଲେ, ସମାଜସେବୀ ତଥା ବିଜୁ ମହତାବ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଭାପତି ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏ ଉତ୍ସବ ରେଜିଲ୍ଲାପରିଷଦ ଆଶିଷ କୁମାର ଅଗ୍ରୱାଲ , ଅବସରପ୍ରାପ୍ତ ଅଧକ୍ଷ ଶ୍ରୀ ଅଶୋକ କୁମାର ନାୟକ ,ଅଧକ୍ଷ ଅଭିମନ୍ୟୁ ସାହୁ ଯୋଗଦାନ କରିଥିଲେ, ଏବଂ ଶ୍ରବଣ ରାମ , ଅଜିତ୍ ପ୍ରସାଦ ସାହୁ, କିଶୋର ନାୟକ ,ସଚି ସାଥୂଆ ,ଉମେଶ ସାହୁ ,ଜଗନ୍ନାଥ ଦାସ,ଉମେଶ ଚନ୍ଦ୍ର ପଟ୍ଟନାୟକ ,ବିଶ୍ଵନାଥ ମହାପାତ୍ର ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ , ଏବଂ ଅନୁଷ୍ଠାନ ର ସଦସ୍ୟ ଅନନ୍ତ ସାହୁ,ଲିଙ୍କନ ସାହୁ ସଂଯୋଜନା କରିବା ସହ ପ୍ରାୟ ପଚାଶ ରୁ ଅଧିକ ଅନୁଷ୍ଠାନ ସୌଭାଗ୍ୟ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031