Indus Valley Times

ଆଜିଠାରୁ ଆରମ୍ଭ ପିତୃପକ୍ଷ : ୧୫ ଦିନ ଧରି ପିତୃପୁରୁଷଙ୍କୁ ଦିଆଯିବ ପିଣ୍ଡ ଦାନ

 Breaking News

ଆଜିଠାରୁ ଆରମ୍ଭ ପିତୃପକ୍ଷ : ୧୫ ଦିନ ଧରି ପିତୃପୁରୁଷଙ୍କୁ ଦିଆଯିବ ପିଣ୍ଡ ଦାନ

ଆଜିଠାରୁ ଆରମ୍ଭ ପିତୃପକ୍ଷ : ୧୫ ଦିନ ଧରି ପିତୃପୁରୁଷଙ୍କୁ ଦିଆଯିବ ପିଣ୍ଡ ଦାନ
September 08
09:58 2025

ଭୁବନେଶ୍ୱର, ୮/୯ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି। ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପୁରୁଷଙ୍କୁ ତିଳ ତର୍ପଣ ଓ ତିଥି ଅନୁଯାୟୀ ପିଣ୍ଡଦାନ କରାଯିବ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ଓ ନରେନ୍ଦ୍ର ପୁଷ୍କରଣୀରେ ଲୋକେ ତିଳତର୍ପଣ କରିଛନ୍ତି।
ବିନ୍ଦୁସାଗରରେ ମଧ୍ୟ ଅନେକ ଶ୍ରଦ୍ଧାଳୁ ତିଳ ତର୍ପଣ କରିଛନ୍ତି। ୧୫ ଦିନ ପର୍ଯ୍ୟନ୍ତ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ। ପିଣ୍ଡ ପାଇବା ପରେ ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।
ତେବେ ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ଶ୍ରୀମନ୍ଦିର ନିକଟରେ ଲାଗିଛି ଶ୍ରଦ୍ଧାଳୁ ଭିଡ। ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି। ଦୀର୍ଘ ୧୫ ଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ। ଶ୍ରୀମନ୍ଦିର ନିକଟରେ ତିଳତର୍ପଣ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ। ଏହାଦ୍ୱାରା ପୂଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31