Indus Valley Times

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ : ୯୨ ଲକ୍ଷ ପରିବାର ହେବେ ଉପକୃତ

 Breaking News

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ : ୯୨ ଲକ୍ଷ ପରିବାର ହେବେ ଉପକୃତ

ଆଜିଠାରୁ କାର୍ଯ୍ୟକ୍ଷମ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ : ୯୨ ଲକ୍ଷ ପରିବାର ହେବେ ଉପକୃତ
September 01
16:56 2021

ଭୁବନେଶ୍ୱର, ୧ /୯ : ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ।
ଏଥିପାଇଁ ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି । ଅଗଷ୍ଟ ୧୫ରେ ଏହି କାର୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମାଲକାନଗିରିରେ ଜିଲ୍ଳାରେ ଏହାର ଶୁଭାରମ୍ଭ ହୋଇଥିଲା।
ରାଜ୍ୟର ବିଭିନ୍ନ ପ୍ରାଇଭେଟ ହସ୍ପିଟାଲ ସହ ରାଜ୍ୟ ବାହାର କିଛି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ। ଏଥିପାଇଁ ରାଜ୍ୟ ବାହାରର କିଛି ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଅନୁବନ୍ଧନ ରହିଛି। ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ମହିଳା ଓ ଅନ୍ୟ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ପାଇପାରିବେ।
ଯେଉଁ ହିତାଧିକାରୀମାନେ ସ୍ମାର୍ଟକାର୍ଡ ପାଇନାହାନ୍ତି, ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ଦେଖାଇ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ।
ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକାରୀ ହେବାର ୩ବର୍ଷ ପରେ ଏଥିରେ ଆଉ ୨୦.୮୦ଲକ୍ଷ ହିତାଧିକାରୀ ପରିବାରଙ୍କୁ ସାମିଲ ସହ ସମସ୍ତଙ୍କୁ ସ୍ମାର୍ଟ କାର୍ଡ(ସ୍ୱାସ୍ଥ୍ୟ ବୀମା କାର୍ଡ) ବାଣ୍ଟିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ସମାରୋହରେ ସ୍ମାର୍ଟ କାର୍ଡ ସମ୍ପର୍କରେ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031