Indus Valley Times

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଭିଜିବ ଉପକୂଳ ଓ ଦକ୍ଷିଣ ଓଡ଼ିଶା

 Breaking News

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଭିଜିବ ଉପକୂଳ ଓ ଦକ୍ଷିଣ ଓଡ଼ିଶା

ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଭିଜିବ ଉପକୂଳ ଓ ଦକ୍ଷିଣ ଓଡ଼ିଶା
September 05
11:03 2022

ଭୁବନେଶ୍ୱର, ୫/୯: ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ବର୍ଷା ହୋଇପାରେ । କିଛି ସ୍ଥାନରେ ହାଲୁକା ତ’ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋମବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ତେବେ ୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୫ରେ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ହାଲୁକା ବର୍ଷିପାରେ । ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୭ରେ ମଧ୍ୟ ଦକ୍ଷିଣ ଓଡିଶାର ଠାଏ ଠାଏ ସ୍ଥାନରେ ପ୍ରବଳ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଅଧିକ ବର୍ଷିବ । ୮ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର କିଛି ସ୍ଥାନରେ ଅଧିକ ବର୍ଷିପାରେ ବୋଲି ପାଣିପାଗ ଆକଳନ କରିଛି ।
ରବିବାର ସନ୍ଧ୍ୟା ଭିତରେ ପାରଳାଖେମୁଣ୍ଡିରେ ୫୭ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୪୫, ଟିଟିଲାଗଡରେ ୨୧, ହୀରାକୁଦରେ ୧୬.୮ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ହରଭଙ୍ଗାରେ ସର୍ବାଧିକ ୯୦ମିମି ବର୍ଷା ହୋଇଛି । ଫିରିଙ୍ଗିଆରେ ୮୧.୪, ରିଆମାଳରେ ୭୪, ବାଙ୍କିରେ ୭୨, ଢେଙ୍କାନାଳରେ ୭୦, ପାଇକମାଳରେ ୬୩, ଯାଜପୁରରେ ୬୨ ଓ ଯାଜପୁରରେ ୫୨ ମିମି ବର୍ଷା ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031