Indus Valley Times

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

 Breaking News

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ
August 01
10:51 2023

କେନ୍ଦ୍ରାପଡ଼ା,୧/୮: କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା। ଆଜିଠୁ ଭିତରକନିକା ଖୋଲୁ ଥିବାରୁ ପର୍ଯ୍ୟ ଟକମାନେ ବେଶ୍ ଖୁସି ଅଛନ୍ତି।
ଭିତରକନିକାରେ ପ୍ରବେଶ କରିବା ପାଇଁ ଆଗ୍ରହୀ ଥିବା ପର୍ଯ୍ୟଟକ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି ତିନୋଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ବନବିଭାଗ ପକ୍ଷରୁ ୧୪ଟି ସରକାରୀ ଓ ୬୪ଟି ଘରୋଇ ବୋଟ ପ୍ରସ୍ତୁତ ରଖାଯାଇଛି।
ତେବେ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୬ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ । ପ୍ରବେଶ ଦ୍ୱାର ପାଖରୁ ବୋଟ ଯାଏ ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ ।
ଏନେଇ ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଗତ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲା ଯାଉଛି। ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଭିତରକନିକା ବୁଲିବାକୁ ଆସିବେ ବୋଲି ଆଶା କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031