Indus Valley Times

ଆଜିଠୁ ଦଶମ ସମେଟିଭ -୧, ପରୀକ୍ଷା ଦେବେ ୫,୭୬,୨୨୩ ଜଣ ଛାତ୍ରୀଛାତ୍ର

 Breaking News

ଆଜିଠୁ ଦଶମ ସମେଟିଭ -୧, ପରୀକ୍ଷା ଦେବେ ୫,୭୬,୨୨୩ ଜଣ ଛାତ୍ରୀଛାତ୍ର

ଆଜିଠୁ ଦଶମ ସମେଟିଭ -୧, ପରୀକ୍ଷା ଦେବେ ୫,୭୬,୨୨୩ ଜଣ ଛାତ୍ରୀଛାତ୍ର
January 05
10:05 2022

ଭୁବନେଶ୍ୱର,୫/୧: ଓମିକ୍ରନ୍ ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀର ସମେଟିଭ ପରୀକ୍ଷା । ବୁଧବାର ପ୍ରଥମ ସିଟିଂରେ ଓଡ଼ିଆ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଦ୍ୱିତୀୟ ସିଟିଂରେ ଗଣିତ ରହିଛି । ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।
ସକାଳ ୧୦ଟାରୁ ୧୧ଟା ଓ ଦିନ ୧୨ଟାରୁ ଗୋଟାଏ ଯାଏଁ ଦୁଇଟି ସିଟିଂରେ ପରୀକ୍ଷା ହେବ । ଚାରିଦିନ ଧରି ପରୀକ୍ଷା ଚାଲିବ। ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାଟିକାଲ ପରୀକ୍ଷା ହେବ । ମଲଟିପୁଲ୍ ଚଏସ୍ ବେସଡ୍ ଓଏମ୍ଆର ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମୋଟ୍ ୫୦ ମାର୍କର ପରୀକ୍ଷା ହେବ । ଏଥିପାଇଁ ୩୧୧ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି ।
ସକାଳ ୮ଟାରୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଚଳିତ ବର୍ଷ ୫ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଥର ଲାଗି ମାଟ୍ରିକ ସମେଟିଭ ପରୀକ୍ଷା ଦେବେ।
ପ୍ରତି କ୍ଲାସ୍ରୁମ୍ରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସିବେ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନ୍କୁ କ଼ଡାକଡି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ବର୍ଷ କରୋନା ପାଇଁ ମାଟ୍ରିକ୍ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ମାର୍କ ଦିଆଯାଇଥିଲା । ଯାହାକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ଦେଖାଦେଇଥିଲା ।
ମାଧ୍ୟମିକ ଶିକ୍ଷା ପରିଷଦର ଅଦୂରଦର୍ଶିତା ଲାଗି ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିବା ଅଭିଯୋଗ ଆସିବା ପରେ ଚଳିତ ବର୍ଷଠାରୁ ପ୍ରଥମ ଥର ଲାଗି ୪ଟି ଫର୍ମେଟିଭ ଓ ଦୁଇଟି ସମ୍ମେଟିଭ ପରୀକ୍ଷା କରିବାକୁ ବୋର୍ଡ ଘୋଷଣା କରିଥିଲା । ଯାହାଦ୍ୱାରା ମହାମାରୀ ପାଇଁ ବୋର୍ଡ ପରୀକ୍ଷା ଯଦିବା ବାତିଲ୍ ହୁଏ ତେବେ ଫର୍ମେଟିଭ ଓ ସମ୍ମେଟିଭ ପରୀକ୍ଷା ଆଧାରରେ ମୂଲ୍ୟାୟନ କରାଯାଇପାରିବ ।
ଆସନ୍ତା ମାର୍ଚ୍ଚ ମାସରେ ଦ୍ୱିତୀୟ ସମ୍ମେଟିଭ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031