Indus Valley Times

ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍

 Breaking News

ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍

ଆଜିଠୁ ପର୍ଯ୍ୟଟକଙ୍କୁ ଶିମିଳିପାଳ ମନା, ୪ ମାସ ବନ୍ଦ ରହିବ ଗେଟ୍
June 16
10:39 2022

ବାରିପଦା, ୧୬/୬: ଆଜିଠାରୁ ପ୍ରାୟ ସାଢ଼େ ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।
ଏହି କାରଣରୁ ଶିମିଳିପାଳ ଅଭୟାରଣ୍ୟ ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ପ୍ରବେଶ କରାଇଦିଆଯିବ ନାହିଁ। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ।
ଜୁନ୍ ୧୬ ତାରିଖରୁ ମୌସୁମୀ ବର୍ଷା ଥମିବା ପରେ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲ ମରାମତି କାମ କରାଯିବ।
ଏହା ପରେ ନଭେମ୍ବର ୧ରୁ ପୁଣି ସ୍ବାଭାବିକ ଭାବେ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର।
ଶିମିଳିପାଳର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟିଆସନ୍ତି। ଏଥିସହ ଗବେଷକମାନେ ବି ଗବେଷଣା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ବହୁ ସଂଖ୍ୟାରେ ଆସିଥାନ୍ତି।
ତେବେ ମୌସୁମୀ ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦସଙ୍କୁଳ ହୋଇଯାଏ। ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବାରୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031