Indus Valley Times

ଆଜିଠୁ ପୁଣି ବଢ଼ିବ ଶୀତ: ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ

 Breaking News

ଆଜିଠୁ ପୁଣି ବଢ଼ିବ ଶୀତ: ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ

ଆଜିଠୁ ପୁଣି ବଢ଼ିବ ଶୀତ: ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ
January 15
09:24 2022

ଭୁବନେଶ୍ୱର, ୧୫/୧: ଆଜିଠୁ ପୁଣି ବଢ଼ିବ ଶୀତ । ବର୍ଷାର ପରିମାଣ କମିବା ସହ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ । କିଛି ସ୍ଥାନରେ ସ୍ୱାଭାବିକ ଏବଂ କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍ ରହିପାରେ ତାପମାତ୍ରା ।
ରାଜଧାନୀ ଭୁବନେଶ୍ୱରରେ ଶନିବାର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିପାରେ । ସେହିପରି ବାକି ସହରରେ ମଧ୍ୟ ପାରଦ ଖସିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।
ତେବେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଏବଂ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବାକି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ହୋଇପାରେ ବର୍ଷା ।
ଆସନ୍ତାକାଲିଠୁ ଶୁଖିଲା ପାଗ ଥିବା ବେଳେ କୁହୁଡ଼ି ବଢ଼ିବ । ଆସନ୍ତାକାଲି ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ । ୧୮ ଏବଂ ୧୯ ତାରିଖରେ ସକାଳେ ଘନ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031