Indus Valley Times

ଆଜିଠୁ ରାଜ୍ୟରେ କୁହୁଡ଼ି, ଡିସେମ୍ବର ୩ରୁ ପ୍ରବଳ ଶୀତ

 Breaking News

ଆଜିଠୁ ରାଜ୍ୟରେ କୁହୁଡ଼ି, ଡିସେମ୍ବର ୩ରୁ ପ୍ରବଳ ଶୀତ

ଆଜିଠୁ ରାଜ୍ୟରେ କୁହୁଡ଼ି, ଡିସେମ୍ବର ୩ରୁ ପ୍ରବଳ ଶୀତ
November 30
09:16 2022

ଭୁବନେଶ୍ବର,୩୦/୧୧ : ରାଜ୍ୟରେ ଶୀତ ପ୍ରଭାବ ଗତକାଲି ଅପେକ୍ଷା କମ୍ ରହିଛି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରି ଥିଲା। ୨ ଡିଗ୍ରି ବୃଦ୍ଧିପାଇ ଗତକାଲି ରାତିରେ ଏହା ୭.୪ ଡିଗ୍ରି ରହିଥିଲା। କନ୍ଧମାଳ ଜିଲ୍ଲାର ଆଉ ୩ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ସେଗୁଡ଼ିକ ହେଲା, ଜି. ଉଦୟଗିରି, ଫୁଲବାଣୀ ଓ ଦାରିଙ୍ଗବାଡ଼ି। ଜି. ଉଦୟଗିରିର ତାପମାତ୍ରା ୯ଡିଗ୍ରି ରହିଥିବା ବେଳେ ଫୁଲବାଣୀ ଓ ଦାରିଙ୍ଗବାଡ଼ି ତାପମାତ୍ରା ୯.୫ ରହିଥିଲା। ଏଥିସହ ରାଜ୍ୟର ଆଉ ୪ ସହରର ତାପମାତ୍ରା ୧୦ ଡିଗ୍ରି ବା ଏହାର ପାଖାପାଖି ରହିଛି।
ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାତି ତାପମାତ୍ରା ୧୦ ଡିଗ୍ରି ରହିଥିଲା। କୋରାପୁଟରେ ୧୦.୨ ଡିଗ୍ରି ଓ ବୌଦ୍ଧରେ ୧୦.୫ ଡିଗ୍ରି ପାରଦ ସ୍ତର ରହିଥିବା ଜଣାପଡ଼ିଛି। ଆସନ୍ତା ୪ ଦିନ ପର‌୍ୟ୍ୟନ୍ତ ରାଜ୍ୟର ପାରଦସ୍ତରରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଡିସେମ୍ବର ୩ରୁ ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଆରମ୍ଭ ହୋଇଯିବ।
ଅନ୍ୟପଟେ ରାଜ୍ୟରେ ଆଜିଠାରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିପାରେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031