Indus Valley Times

ଆଜି ଛାଡ଼ଖାଇର ମଜା ନେଉଛନ୍ତି ଲୋକେ ,ଦର ଅଧିକ ଥିଲେ ବି ଆମିଷ ବଜାରରେ ଲାଗିଛି ଭିଡ଼

 Breaking News

ଆଜି ଛାଡ଼ଖାଇର ମଜା ନେଉଛନ୍ତି ଲୋକେ ,ଦର ଅଧିକ ଥିଲେ ବି ଆମିଷ ବଜାରରେ ଲାଗିଛି ଭିଡ଼

ଆଜି ଛାଡ଼ଖାଇର ମଜା ନେଉଛନ୍ତି ଲୋକେ ,ଦର ଅଧିକ ଥିଲେ ବି ଆମିଷ ବଜାରରେ ଲାଗିଛି ଭିଡ଼
November 21
08:45 2021

ଭୁବନେଶ୍ୱର, ୨୧/୧୧: ଆଜି ଛାଡ଼ଖାଇର ମଜା ନେଉଛନ୍ତି ଲୋକେ। ମାଛ, ଚିକେନ୍, ମାଂସ ବଜାରରେ ଆଜି ସର୍ବତ୍ର ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଗ୍ରାହକଙ୍କୁ ଟିକେ ଅଧିକ ମୂଲ୍ୟରେ ଏସବୁ ସାମଗ୍ରୀ କିଣିବାକୁ ପଡ଼ୁଛି।
କାର୍ତ୍ତିକ ମାସ ସରିଲେ ଛାଡ଼ଖାଇକୁ ଅପେକ୍ଷା କରିଥାନ୍ତି ଆମିଷାଶୀ ଲୋକେ ଏବଂ ଆମିଷ ବ୍ୟବସାୟୀ। କିନ୍ତୁ ଏଥର ଛାଡ଼ଖାଇ ଶନିବାରରେ ପଡ଼ିଥିବାରୁ ଲୋକଙ୍କ ମନରେ ସେତେଟା ଉତ୍ସାହ ପରିଲକ୍ଷିତ ହୋଇନଥିଲା।
ଏହାଛଡ଼ା ବେପାର ମାନ୍ଦା ଥିବାରୁ ଆମିଷ ବ୍ୟବସାୟୀ ବି ଖୁସି ନଥିଲେ।ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ଆମିଷ ବଜାରରେ ରୋହି, ଭାକୁର, ପାମ୍ପ୍ଲେଟ୍, ଇଲିସି ଓ ଚାନ୍ଦି ମାଛ, ଚିଙ୍ଗୁଡ଼ି ଭଳି ବିଭିନ୍ନ ପ୍ରକାରର ମାଛ ବେପାର ଚାଲଛି।
ରବିବାରକୁ ଅପେକ୍ଷା କରିଥିଲେ ବେପାରୀ। ରବିବାର ହୋଇଥିବାରୁ ଭଲ ବ୍ୟବସାୟ ହେବ ଏବଂ ରୋଜଗାର ହେବ ବେପାରୀ ଆଶା ରଖିଛନ୍ତି। ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।
ଆଜି ମାଂସ କିଲୋ ୭ ଶହ ଟଙ୍କା ଥିବା ବେଳେ ଇଲିସି ୭ ଶହରୁ ହଜାରେ ଟଙ୍କାରେ ବିକ୍ରି ହେଉଛି। ସେହିପରି ନଦୀ କଣ୍ଟିଆ ୩୨୦ଟଙ୍କା, ପୋହଳା ମାଛ ୨ଶହ ଟଙ୍କା, ପାମ୍ପଲେଟ ୩୫୦ ଟଙ୍କା ହୋଇଥିବା ବେଳେ କଙ୍କଡା ୨ଶହରୁ ୧୪ଶହ ଟଙ୍କାରେ ବିକ୍ରି ହେଉଛି। କେତେକ ସ୍ଥାନରେ ଏହାଠାରୁ ବି ଅଧିକ ମୂଲ୍ୟ ଦେବାକୁ ପଡ଼ୁଥିବା ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି। କିନ୍ତୁ ଛାଡ଼ଖାଇ ହେତୁ ସେମାନେ ନାଚାର।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031