Indus Valley Times

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

 Breaking News

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
July 06
09:35 2022

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଦିନ ଗୋଟାଏରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ । ଏହାର ଏକ ଘଣ୍ଟା ପରେ ଅର୍ଥାତ ଦିନ ଦୁଇଟା ପରେ ପରୀକ୍ଷାର୍ଥୀ ମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ । ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ଓ ORISSARESULTS.NIC.IN ୱେବସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦  ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଥିଲା । ଏଥିଲାଗି ମେଧାବୀ ଛାତ୍ରଛାତ୍ରୀ ଆଶାନୁରୂପ ଫଳ ପାଇବେ ବୋଲି ଆଶା ରଖିଛନ୍ତି । 

ପରୀକ୍ଷାର୍ଥୀ ମାନେ WWW.BSEODISHA.AC.IN ୱେବସାଇଟରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ବି ପରୀକ୍ଷାର୍ଥୀ ମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ଆପଣ OR (10) ରୋଲ ନମ୍ବର ଲେଖି  ୫୬୭୬୭୫୦ ନମ୍ବରକୁ ଏସଏମଏସ୍ କଲେ ଆପଣ ପରୀକ୍ଷା ଫଳ ପାଇପାରିବେ । ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଅଫ୍ ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031