Indus Valley Times

ଆଜି ଭାରତ ବନ୍ଦ ! ଅଗ୍ନିପଥକୁ ବିରୋଧକରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ

 Breaking News

ଆଜି ଭାରତ ବନ୍ଦ ! ଅଗ୍ନିପଥକୁ ବିରୋଧକରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ

ଆଜି ଭାରତ ବନ୍ଦ ! ଅଗ୍ନିପଥକୁ ବିରୋଧକରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ
June 20
08:34 2022

ନୂଆଦିଲ୍ଲୀ,୨୦/୬ :ବିଳମ୍ବିତ ରାତିରେ ପ୍ରାପ୍ତ ଖବର ଅନୁସାରେ ‘ଅଗ୍ନିପଥ’କୁ ବିରୋଧ କରି ଆଜି (ସୋମବାର) କେତେକ ସଂଗଠନ ଭାରତ ବନ୍ଦ ପାଇଁ ଆହ୍ବ ।ନ ଦେଇଛନ୍ତି। ସେହିଭଳି ଅଗ୍ନିପଥକୁ ବିରୋଧକରି ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯିବ ବୋଲି ଘୋଷଣା କରାଯାଇଛି। ତେବେ କେଉଁ ସବୁ ସଂଗଠନ ଏହି ବନ୍ଦ ଡାକରା ଦେଇଛନ୍ତି ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏ ସଂପର୍କିତ ଅଧିକ ଖବରକୁ ଅପେକ୍ଷା କରାଯାଇଛି।
ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଉତ୍ତର ପ୍ରଦେଶ, ବିହାର, ହରିଆଣା ଓ ଝାଡ଼ଖଣ୍ଡ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ପୁଲିସ ବାହିନୀ ମୁତୟନ କରାଯାଇଛି।
ଅପ୍ରୀତିକର ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିବାକୁ କୁହାଯାଇଛି। ଝାଡ଼ଖଣ୍ଡରେ ଆସନ୍ତାକାଲି ସମସ୍ତ ସ୍କୁଲ୍ କଲେଜକୁ ବନ୍ଦ କରିଦିଆଯାଇଛି। ଏହି ବନ୍ଦ ପାଳନ ପାଇଁ କେଉଁ ସଂଗଠନ ଆହ୍ବାନ ଦେଇଛି ତାହା ଜଣାପଡ଼ି ନଥିଲେ ମଧ୍ୟ ଗୁଇନ୍ଦା ରିପୋର୍ଟକୁ ଆଧାର କରି ବିଭିନ୍ନ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ବିଭିନ୍ନ ରାଜ୍ୟରେ ଏବଂ ବିଶେଷ କରି ବିହାର, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ହିଂସାତ୍ମକ ପ୍ରତିବାଦ ପଛରେ ସଶସ୍ତ୍ର ସେନାରେ ନିଯୁକ୍ତି ନିମନ୍ତେ ଯୁବକମାନଙ୍କୁ ପ୍ରସ୍ତୁତ କରାଉଥିବା କୋଚିଂ ସେଣ୍ଟରଗୁଡ଼ିକର ହାତ ରହିଛି। ଆନ୍ଧ୍ର ପୁଲିସ ଆବୁଲା ସୁବ୍ବା ରାଓ ନାମକ ସେନାର ଜଣେ ଅବସରପ୍ରାପ୍ତ ହାବିଲଦାରଙ୍କୁ କେନ୍ଦ୍ରର ଯୋଜନା ବିରୋଧରେ ପିଲାମାନଙ୍କୁ ମତେଇବା ଅଭିଯୋଗରେ ଗିରଫ କରିଛି। ସେ ଅନେକ କୋଚିଂ ସେଣ୍ଟର ଚଳାଉଛନ୍ତି। କିନ୍ତୁ ଅନେକ ଶିକ୍ଷକ ଓ କୋଚିଂ ସେଣ୍ଟର ମାଲିକ ଏହି ଅଭିଯୋଗକୁ ଅସ୍ବୀକାର କରିବା ସହ ସେମାନଙ୍କୁ ଫସାଯାଉଥିବା ଅଭିଯୋଗ କରିଛନ୍ତି। ତେଣେ ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ସଂପର୍କରେ ମିଥ୍ୟା ଖବର ପ୍ରସାର କରୁଥିବା କାରଣରୁ ଗୃହ ମନ୍ତ୍ରାଳୟ ୩୫ଟି ହ୍ବାଟ୍ସଆପ୍ ଗ୍ରୁପ୍କୁ ନିଷିଦ୍ଧ କରିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031