Indus Valley Times

ଆଜି ମା’ଙ୍କର ସପ୍ତମୀ ପୂଜା: ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

 Breaking News

ଆଜି ମା’ଙ୍କର ସପ୍ତମୀ ପୂଜା: ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା

ଆଜି ମା’ଙ୍କର ସପ୍ତମୀ ପୂଜା: ଖାଁ ଖାଁ ପୂଜା ମଣ୍ତପ, ଆବଦ୍ଧ ଭିତରେ ଚାଲିଛି ପୂଜାର୍ଚ୍ଚନା
October 12
21:22 2021

ଭୁବନେଶ୍ୱର,୧୨/୧୦:ଧରାପୃଷ୍ଟରେ ପୁଜା ପାଉଛନ୍ତି ଜଗଜ୍ଜନୀ ମା’ ଦୁର୍ଗା । ବେଦ, ମନ୍ତ୍ର ପାଠରେ ଚତୁର୍ଦ୍ଦିଗ କମ୍ପୁଛି । ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ । ମହାସପ୍ତମୀରେ ମହାମାୟାଙ୍କୁ ଚକ୍ଷୁଦାନ ସହ ଚାଲିଛି ପୂଜାର୍ଚ୍ଚନା । କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା । ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆରାଧନା କୋଭିଡ୍ କଟକଣା ଭିତରେ ପାଳନ ହେଉଛି । ମା’ ଦଶଭୂଜାଙ୍କର ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜା କରାଯାଉଛି ।
ଏପଟେ ଶକ୍ତିପୀଠରେ ମାଆଙ୍କ ମହାଷ୍ଟମୀ ପୂଜା ବେଳେ ପୂଜା ମଣ୍ତପରେ ମା’ଙ୍କର ସପ୍ତମୀ ପୂଜା କରାଯାଉଛି । କଟକ ଜିଲ୍ଲାର ମା ଭଟ୍ଟାରିକାଙ୍କ ପୀଠରେ ମହାଷ୍ଟମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି । ରାତିରେ ନେତବନ୍ଧା ପରେ ମାଆଙ୍କୁ ଲାଗି ହେବ ଖିରି ଭୋଗ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ଆଜି ଶ୍ରଦ୍ଧାଳୁଙ୍କୁ ଦ୍ୱିଭୂଜା ଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି । ସେହିପରି ମାଆ କଟକ ଚଣ୍ଡୀ ଏବଂ ଗଡଚଣ୍ଡୀଙ୍କ ମହାକାଳୀ ଓ ସରସ୍ବତୀ ବେଶ ଦର୍ଶନ କରିଛନ୍ତି ଭକ୍ତ । ରାତିରେ ଅନୁଷ୍ଠିତ ହେବ ମାଆଙ୍କ ସନ୍ଧି ପୂଜା । ମହାଷ୍ଟମୀରେ ଶ୍ରୀମନ୍ଦିରରେ ମା ବିମଳାଙ୍କ ପ୍ରତିନିଧି କାକୁଡିଖାଇଙ୍କ ପାଖରେ କାଚ, ସିନ୍ଦୁର ଓ ବ୍ରତ ପୂଜା କରିଛନ୍ତି ଶ୍ରଦ୍ଧାଳୁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031