Indus Valley Times

ଆଜି ହେଉଛି ଇଦ୍ : ଦାନ ଓ ଧର୍ମର ପର୍ବ ଇିଦ୍-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଭାଇ ଭଉଣୀ

 Breaking News

ଆଜି ହେଉଛି ଇଦ୍ : ଦାନ ଓ ଧର୍ମର ପର୍ବ ଇିଦ୍-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଭାଇ ଭଉଣୀ

ଆଜି ହେଉଛି ଇଦ୍ : ଦାନ ଓ ଧର୍ମର ପର୍ବ ଇିଦ୍-ଉଲ୍-ଫିତର୍ ପାଳୁଛନ୍ତି ମୁସଲିମ୍ ଭାଇ ଭଉଣୀ
May 03
10:25 2022

ଭୁବନେଶ୍ୱର,୩/୫: ଆଜି ହେଉଛି ଇଦ୍। ଇସଲାମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ହର୍ଷ ଉଲ୍ଲାସର ସହ ପାଳନ ହେଉଛି ଏହି ପର୍ବ। ମାସକର ରମଜାନ୍ ପାଳନ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ ଭାଇ ଭଉଣୀ।
ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ। ସହରର ବିଭିନ୍ନ ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। କଦମ-ଏ-ରସୁଲ ଠାରୁ ନେଇ ଇଦଗାହ ପର‌୍ୟ୍ୟନ୍ତ ସମସ୍ତ ସ୍ଥାନରେ ପ୍ରସ୍ତୁତି ସରିଛି।
ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ୍। ଇଦ୍ ଉଲ୍ ଫିତର ପାଇଁ କଟକ ସହରରେ ସୁରକ୍ଷା ଦୃଷ୍ଟିରୁ ୪ଟି ଏଡ଼ ପୋଷ୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୧୨ ପ୍ଲାଟୁନ ପୁଲିସ ଫୋର୍ସ ସହରରେ ମୃତୟନ ହୋଇଛନ୍ତି।
ସେହିପରି ଦିଲ୍ଲୀର ଜାମା ମସଜିଦ୍ରେ ଆଜି ସକାଳେ ସମୁହ ନମାଜ ପାଠ ହୋଇଛି। ଦିଲ୍ଲୀ ସମେତ ଲକ୍ଷ୍ମୌ, ଭୋପାଳ, ମୁମ୍ବାଇ ସହ ଦକ୍ଷିଣ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍। କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031