Indus Valley Times

ଆଜି ହେଉଛି ଗାନ୍ଧୀ- ଶାସ୍ତ୍ରୀଜୀଙ୍କ ଜୟନ୍ତୀ : ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

 Breaking News

ଆଜି ହେଉଛି ଗାନ୍ଧୀ- ଶାସ୍ତ୍ରୀଜୀଙ୍କ ଜୟନ୍ତୀ : ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି ହେଉଛି ଗାନ୍ଧୀ- ଶାସ୍ତ୍ରୀଜୀଙ୍କ ଜୟନ୍ତୀ : ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
October 02
09:53 2021

ନୂଆଦିଲ୍ଲୀ, ୨/୧୦ : ଆଜି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପିଢ଼ିଙ୍କୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା ଦେଉଥିବ।
ସେହିଭଳି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରିଛନ୍ତି, ଜୟନ୍ତୀ ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ବାହାଦୁର ଶାସ୍ତ୍ରୀଜୀଙ୍କୁ ଶତ-ଶତ ପ୍ରଣାମ। ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ତାଙ୍କ ଜୀବନ ଦେଶବାସୀଙ୍କ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇ ରହିବ।
ପରେ ପରେ ଜାତିର ଜନକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସମାଧିସ୍ଥଳ ରାଜଘାଟ ଓ ଶାସ୍ତ୍ରୀଜୀଙ୍କ ସମାଧିସ୍ଥଳ ବିଜୟ ଘାଟକୁ ଯାଇଥିଲେ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ‘ଜଳ ଜୀବନ ମିସନ୍ ଆପ୍’ର ଶୁଭାରମ୍ଭ କରିବେ ଏବଂ ‘ଜଳ ଜୀବନ ମିସନ୍’ ବିଷୟରେ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ଗ୍ରାମ ପଞ୍ଚାୟତ ଓ ପାଣି ସମିତି/ ଗ୍ରାମ୍ୟ ଜଳ ଓ ପରିମଳ କମିଟି ଆଳାପ ଆଲୋଚନା କରିବେ।
ଏହା ବ୍ୟତିରେକେ, ଆଜି ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ପାଳନର ଅଂଶବିଶେଷ ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷାଦ୍ବୀପର କବରତ୍ତୀରେ ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।
ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଘୃଣା, ବିଭାଜନ ଓ ସଂଘର୍ଷ ଦିନ ଆଉ ନାହିଁ।
ସମ୍ପ୍ରତି ଶାନ୍ତି, ବିଶ୍ବାସ ଏବଂ ସହନଶୀଳତାର ନୂତନ ଯୁଗର ଅୟମାରମ୍ଭ ପାଇଁ ସମୟ ଉପଗତ ହୋଇଛି। ଚାଲନ୍ତୁ, ଆନ୍ତର୍ଜାତିକ ଅହିଂସା ଦିବସ ତଥା ଗାନ୍ଧୀଜୀଙ୍କ ଜନ୍ମଦିନରେ ତାଙ୍କର ଶାନ୍ତିର ବାର୍ତ୍ତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଓ ସମସ୍ତଙ୍କ ପାଇଁ ଉନ୍ନତ ଭବିଷ୍ୟତ ଗଢ଼ିବା ଲାଗି ପ୍ରତିବଦ୍ଧ ହେବା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031