Indus Valley Times

ଆଜି ହେଉଛି ଦୋଳ ପୂର୍ଣ୍ଣିମା, ଗାଁ ଗାଁରେ ଜମୁଛି ଦୋଳ ମେଲଣ

 Breaking News

ଆଜି ହେଉଛି ଦୋଳ ପୂର୍ଣ୍ଣିମା, ଗାଁ ଗାଁରେ ଜମୁଛି ଦୋଳ ମେଲଣ

March 18
10:36 2022

ଭୁବନେଶ୍ୱର,୧୮/୩ : ଆଜି ହେଉଛି ଦୋଳ ପୂର୍ଣ୍ଣିମା। ଗାଁ ଗାଁରେ ଜମୁଛି ଦୋଳ ମେଲଣ। ଆଜି ଗାଁକୁ ଗାଁ, ସାହିକୁ ସାହି ବୁଲି ବୁଲି ଭୋଗ ଖାଇବା ସହ ରଙ୍ଗବେରଙ୍ଗ ଅବିରରେ ହୋଲି ଖେଳିବେ ଦୋଳ ଗୋବିନ୍ଦ। ଭକ୍ତ ଓ ଭଗବାନଙ୍କର ମିଳନ ହେବ। ଏହି ଅବସରରେ ଅନେକ ସ୍ଥାନରେ ବାଡ଼ିଖେଳ ମଧ୍ୟ କରାଯିବ।
ଶୁକ୍ରବାର ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା। ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ। ରତ୍ନ ସିଂହାସନରୁ ମହାପ୍ରଭୁ ରାଜାଧିରାଜ ତଥା ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ସୁନା ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦିଅନ୍ତି ଶ୍ରୀଜିଉ।
ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁ ଫିକା ପଡିଥିଲା ଦୋଳ ଉତ୍ସବ। ଏଥର କିନ୍ତୁ କଟକଣା ନଥିବାରୁ ଧୂମଧାମରେ ପାଳନ ହେବ ଦୋଳ ପୂର୍ଣ୍ଣିମା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031