Indus Valley Times

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

 Breaking News

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
November 08
08:57 2022

ଭୁବନେଶ୍ୱର,୮/୧୧: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହୋଇଛି ବୋଇତ ବନ୍ଦାଣ। ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାକୁ ବାଣିଜ୍ୟ ପାଇଁ ନୌକାରେ ଯାତ୍ରା କରୁଥିଲେ।
ଏହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ। ତେବେ ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ପୂର୍ବରୁ ଶେଷ ହୋଇଛି।
ସୂର୍ଯ୍ୟୋଦୟଠାରୁ ଦେବନୀତି ନିଷେଧ ଥିବାକୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରେ ଆଜି ଭୋରରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କରାଯାଇଛି ବୋଇତ ବନ୍ଦାଣ। ଭୋରରୁ ବିନ୍ଦୁ ସାଗରରେ ଡଙ୍ଗା ଭସା ପାଇଁ ଜମିଥିଲା ପ୍ରବଳ ଲୋକଙ୍କ ଭିଡ଼।
ସେହିପରି କଟକରେ ବି ଆଜି ଭୋରରୁ ଡଙ୍ଗା ଭସା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଗଡ଼ଗଡ଼ିଆ ଘାଟରେ ଶତାଧିକ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିଲେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031