Indus Valley Times

ଆଜି ହେଉଛି ପବିତ୍ର ମହାନବମୀ, ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ

 Breaking News

ଆଜି ହେଉଛି ପବିତ୍ର ମହାନବମୀ, ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ

ଆଜି ହେଉଛି ପବିତ୍ର ମହାନବମୀ, ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ
October 04
10:29 2022

ଭୁବନେଶ୍ୱର, ୪/୧୦: ସୋମବାର ଥିଲା ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା। ଆଜି ହେଉଛି ପବିତ୍ର ମହାନବମୀ। ଶ୍ଲୋକ ଓ ଚଣ୍ଡୀପାଠରେ କମ୍ପୁଛି ବିଭିନ୍ନ ପୂଜାମଣ୍ଡପ। ମହାନବମୀରେ ମହାମାୟାଙ୍କ ପୂଜାର୍ଚ୍ଚନା ଲାଗି ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି । ସବୁଠି ଭକ୍ତିମୟ ପରିବେଶ ମଧ୍ୟରେ ଚାଲିଛି ଜଗତଜନନୀ ମା’ ଦୁର୍ଗାଙ୍କର ପୂଜା।
କଟକ, ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ପୂଜାମଣ୍ଡପରେ ନାହିଁନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ପରିବେଶ ସମ୍ପୂର୍ଣ୍ଣଭାବେ ପାର୍ବଣମୟ ହୋଇଉଠିଥିଲା। ତାହାଭିତରେ ଝଲସୁଥିଲା ସୌନ୍ଦର୍ଯ୍ୟମୟୀ ମା’ଙ୍କମୂର୍ତ୍ତି, ସତେ ଯେମିତି ଅଜାଡ଼ି ଦେଉଛନ୍ତି ଶୁଭାଶିଷ।
ଚଳିତ ବର୍ଷ ରାଜଧାନୀର ଛୋଟ ବଡ଼ ମିଶାଇ ମୋଟ ୧୭୮ ପୂଜା ମଣ୍ଡପରେ ମା’ ଦୁର୍ଗତିନାଶିନୀ ପୂଜା ପାଉଛନ୍ତି। ଏଥିପାଇଁ ପୂରା ସହର ଉତ୍ସବମୁଖର ହୋଇଉଠିଛି। ଭଳିକି ଭଳି ତୋରଣ ସାଙ୍ଗକୁ ଆଖିଝଲସା ଆଲୋକମାଳା ଭକ୍ତଙ୍କୁ ଆକୃଷ୍ଟ କରୁଛି। ପୂର୍ବାହ୍ନ ୧୦ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।
ମହାଷ୍ଟମୀ ଉପଲକ୍ଷେ ସୋମବାର ଦିନ ମଣ୍ଡପଗୁଡ଼ିକରେ ସକାଳୁ ସକାଳୁ ବ୍ରତଧାରୀ ମହିଳାମାନଙ୍କ ଭିଡ଼ ଜମି ଯାଇଥିଲା। ମହିଳାମାନେ ପରିବାରର ମଙ୍ଗଳ କାମନା କରି ମା’ଙ୍କ ନିକଟରେ ଭୋଗରାଗ କରିବା ସହ ପୂଜାର୍ଚ୍ଚନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031