Indus Valley Times

ଆଜି ହେଉଛି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

 Breaking News

ଆଜି ହେଉଛି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର

November 16
11:11 2022

ପୁରୀ,୧୬/୧୧: ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର ।
ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଛି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି।
ପ୍ରଭୁ ମାଧବାନନ୍ଦ ଜୀଉଙ୍କ ଛତିଶା ନିଯୋଗ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ ।
ସେପଟେ ରାଜ୍ୟର ପୁରପଲ୍ଲୀରେ ଧୁମଧାମରେ ପାଳନ ହେଉଛି ପ୍ରଥମାଷ୍ଟମୀ । ଘରର ପ୍ରଥମ ସନ୍ତାନଙ୍କ ମଙ୍ଗଳମନାସୀ ପୂଜାର୍ଚ୍ଚନା କରାଯାଇଛି । ମାମୁଁ ଘରୁ ଆସିଥିବା ନୂଆ ଡ୍ରେସ୍ ପିନ୍ଧି, ପିଠା ଖାଇ ଅଷ୍ଟମୀ ପାଳୁଛନ୍ତି ସମସ୍ତେ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031