Indus Valley Times

ଆଜି ହେଉଛି ବିଶ୍ୱ ପଖାଳ ଦିବସ,ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଗଢା ଯାଇଛି ପଖାଳ କସାଂ

 Breaking News

ଆଜି ହେଉଛି ବିଶ୍ୱ ପଖାଳ ଦିବସ,ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଗଢା ଯାଇଛି ପଖାଳ କସାଂ

ଆଜି ହେଉଛି ବିଶ୍ୱ ପଖାଳ ଦିବସ,ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାରେ ଗଢା ଯାଇଛି ପଖାଳ କସାଂ
March 20
10:18 2022

ପୁରୀ ୨୦/୩ : ବିଶ୍ୱ ପଖାଳ ଦିବସ ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା। ରବିବାର ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ।
ଏହି ଅବସରରେ ପ୍ରତ୍ୟେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ପୁରୀ ନିଳାଦ୍ରୀ ବେଳାଭୂମିରେ ପଖାଳ ଦିବସ ନେଇ ଏକ ଆକର୍ଷଣୀୟ ବାଲୁକାକଳା ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ବାଲିରେ ସୁଦର୍ଶନ ପଖାଳ, ବଡି ଚୁରା , ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି ଗଢିଛନ୍ତି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି।
ତେବେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ। ଏଣୁ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ଏହି ଭୋଜନର ଏକ ସ୍ୱତନ୍ତ୍ରତା ରହିଛି। ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031