Indus Valley Times

ଆଜି ହେଉଛି ମଣ୍ଡପରେ ଜଗତ ଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

 Breaking News

ଆଜି ହେଉଛି ମଣ୍ଡପରେ ଜଗତ ଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା

October 12
09:15 2021

କଟକ,୧୨/୧୦ : ଆଜି ହେଉଛି ମଣ୍ଡପରେ ଜଗତଜନନୀ ମା’ ଦୁର୍ଗାଙ୍କ ସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମା’ଙ୍କୁ ବିଲ୍ୱବରଣ କରାଯାଇ ପାଛୋଟି ଅଣାଯାଇଥିଲା । ଆଜି ସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ମା’ଙ୍କୁ ଦିଆଯିବ ଚକ୍ଷୁ ଦାନ। ବେଦମନ୍ତ୍ର ପାଠରେ କମ୍ପିବ ପୂଜାମଣ୍ଡପ । ହେଲେ କରୋନା କଟକଣା ଯୋଗୁଁ ଏଥର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିପାରିବେ ନାହିଁ ।
ମଣ୍ଡପରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଥିବାରୁ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ପୂଜାର ଲାଇଭ୍ ବ୍ୟବସ୍ଥା କରିଛନ୍ତି ବିଭିନ୍ନ ପୂଜା କମିଟି । ସାଧାରଣ ଭକ୍ତଙ୍କୁ ମଣ୍ଡପକୁ ବାରଣ ଥିବାରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ମଣ୍ଡପ ପାର୍ଶ୍ୱଗୁଡିକ ଆବଦ୍ଧ କରିଦିଆଯାଇଛି ।
ସେପଟେ ଦେବୀ ପୀଠଗୁଡିକରେ ଆଜି ମା’ଙ୍କ ଅଷ୍ଟମୀ ପୂଜା ହେଉଛି । ପ୍ରଶାସନର କଟକଣା ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଦଶହରା ପ୍ରସ୍ତୁତି ସମ୍ପୂର୍ଣ୍ଣ ଫିକା ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031