Indus Valley Times

ଆଜି ହେଉଛି ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

 Breaking News

ଆଜି ହେଉଛି ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

ଆଜି ହେଉଛି ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି
March 01
10:30 2022

ପୁରୁଣା ଭୁବନେଶ୍ବର, ୧/୩: ମଙ୍ଗଳବାର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ମନ୍ଦିରରେ ପ୍ରସ୍ତୁତି ସରିଛି। ଫୁଲରେ ସଜେଇ ହୋଇଛି ମନ୍ଦିର। ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି। ଝଲସୁଛି ଏକାମ୍ରକ୍ଷେତ୍ରର ଏହି ପ୍ରସିଦ୍ଧ ଶୈବପୀଠ।
ଏହାଛଡ଼ା ମନ୍ଦିର ନିକଟ ଦେବୀ ପାଦହରା ପୁଷ୍କରିଣୀ ଭିତରେ ଅଧିକ ଲାଇଟ୍ ଲଗାଯାଇଛି। ସେହିପରି ପୁଷ୍କରିଣୀ ଚାରିପଟକୁ ଆଲୋକମାଳାରେ ସଜା ଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ବ୍ୟତୀତ ଅନ୍ୟ ଛୋଟ ମନ୍ଦିରରେ ଲିଚୁମାଳା ଲଗାଯାଇଛି।
ଏଥିସହ ମେଘନାଦ ପାଚେରି ଓ ମନ୍ଦିର ନିକଟ ଗଛରେ ମଧ୍ୟ ଲାଇଟ୍ ଲଗାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି। ମନ୍ଦିରର ରଙ୍ଗ କାମ ସରିଥିବା ବେଳେ ସିଂହଦ୍ବାରକୁ ଫୁଲରେ ସଜା ଯାଇଛି।
ଏଥିଲାଗି ପଡ଼ୋଶୀ ରାଜ୍ୟରୁ ଫୁଲ ଅଣାଯାଇଥିବା ବେଳେ ଭୁବନେଶ୍ବର ଫ୍ଲୋରିଷ୍ଟ୍ ଆସୋସିଏସନ୍ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି ବୋଲି ଆସୋସିଏସନ୍ର ସଭ୍ୟ ମିତେନ୍ଦ୍ର ସମର୍ଥା କହିଛନ୍ତି। ସେହିପରି ଲିଙ୍ଗରାଜ ମନ୍ଦିର ନିକଟରେ ସଫେଇ କରିଛି ବିଏମ୍ସି। ମନ୍ଦିରକୁ ସଂଯୋଗ କରୁଥିବା ସବୁ ରାସ୍ତା, ସବୁ ଛୋଟ ମନ୍ଦିର ପରିସର ସଫା କରାଯାଇଛି।
ମହାଶିବରାତ୍ରି ପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ସୋମବାର ରାତି ୨.୩୦ ମିନିଟରେ ମନ୍ଦିର ଦ୍ୱାର ଖୋଲିବ। ଭୋର ୩ ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଦର୍ଶନ ହେବ।
୧୧.୩୦ମିନିଟ୍ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ଣ ସାଢ଼େ ୨ଟାରୁ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ଣ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ ହେବ।
ଅପରାହ୍ଣ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀର କିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ। ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା। ୮ଟା ୫୫ମିନିଟ୍ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ପ୍ରତିଦିନ ସେବା ଯୋଗାଇ ଆସୁଥିବା ସମର୍ଥା ସେବାୟତଙ୍କ ପାଇଁ ସରକାରୀ ସୁବିଧା ନାହିଁ। ଏହି ସେବାୟତ ବର୍ଷର ୨୪ଟି ଚତୁର୍ଦ୍ଦଶୀରେ ମନ୍ଦିର ଚୂଡ଼ାକୁ ମହାଦୀପ ନେଇ ଯିବା ସହ ପ୍ରାୟ ପ୍ରତିଦିନ ପତାକା ଲଗାଇବାକୁ ଯାଇଥାନ୍ତି। ହେଲେ କୌଣସି ଅଘଟଣ ଘଟିଲେ ସେମାନଙ୍କ ପାଇଁ ସରକାରୀ ବ୍ୟବସ୍ଥା ନାହିଁ। ଏପରିକି କୌଣସି ବୀମା ମଧ୍ୟ କରାଯାଇ ନାହିଁ।
ଏଥିସହ ଏହି ସେବାୟତମାନେ କୋଠ ଭୋଗପାଇଁ ପ୍ରତିଦିନ ଚୂନା କୁଟିବା, ବିରି ବାଟିବା, ପ୍ରସାଦ ତିଆରି ପାଇଁ ପାଣି ଯୋଗାଇବା, ଠାକୁରଙ୍କ ପ୍ରତି ଧୂପରେ ଓ ବିଭିନ୍ନ ଯାତ୍ରାରେ ଘଣ୍ଟ ବଜାଇବା ଆଦି ସେବା କରିଥାନ୍ତି।
ଏହି ସେବାୟତମାନେ ପ୍ରତିଦିନ ନିଜ ସେବା ନୀତିର ଦାୟିତ୍ବ ସୂଚାରୁରୂପେ ତୁଲାଇ ଆସୁଥିଲେ ମଧ୍ୟ ଏମାନଙ୍କ ଦାବି ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିନାହିଁ। ଫଳରେ ସେମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏନେଇ ବହୁ ବର୍ଷ ହେଲା ବିଭିନ୍ନ ସରକାରୀ ପଦାଧିକାରୀଙ୍କୁ ଜଣାଇଲେ ମଧ୍ୟ ତାଙ୍କ ନିଯୋଗର ଗୋଟିଏ ଘର ନାହିଁ କିମ୍ବା ନିଯୋଗର କୌଣସି ପ୍ରତିନିଧିଙ୍କୁ ଟ୍ରଷ୍ଟ ବୋର୍ଡରେ ସାମିଲ କରାଯାଉ ନାହିଁ ବୋଲି ସମର୍ଥା ସେବାୟତ ମିତେନ୍ଦ୍ର ସମର୍ଥା ଓ ଲିଙ୍ଗରାଜ ସମର୍ଥା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031