Indus Valley Times

ଆଠଗଡ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ କଲେ ଦୁର୍ବୃତ୍ତ

 Breaking News

ଆଠଗଡ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ କଲେ ଦୁର୍ବୃତ୍ତ

July 13
11:34 2022

ଆଠଗଡ,୧୩/୭: ମର୍ଣ୍ଣିଂ ୱାକ୍ କରୁଥିବା ମହିଳାଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ ଯୋଗୁ ମହିଳାଙ୍କ ଶରୀରର ୫୦% ପୋଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ଏପରି ଅଭାବନୀୟ କାଣ୍ଡ ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି। ଗୁରୁତର ମହିଳାଜଣକ ହେଲେ ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା ।
ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ। ସବୁଦିନ ପରି ଆଜି ଭୋର ପ୍ରାୟ ୪ଟାରେ ରିନା ମର୍ଣ୍ଣିଂ ୱାକ୍ କରିବାକୁ ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଏନେଇ ରୀନା କହିଛନ୍ତି, ମୁଁ ବଞ୍ଚିବି କି ନାହିଁ ଜାଣିନି। ମୋ ସ୍ୱାମୀ ଓ ଝିଅ ଜୀବନକୁ ପୁଲିସ୍ ସୁରକ୍ଷିତ ରଖୁ । ତେବେ ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ସେ କିଛି କହୁ ନାହାନ୍ତି। ଏହା ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣରୁ ଏପରି କାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031