Indus Valley Times

ଆତ୍ମନିର୍ଭରଶୀଳ ପାଇଁ ଘର ଅଗଣାରେ କୁକୁଡ଼ା ପାଳନ

 Breaking News

ଆତ୍ମନିର୍ଭରଶୀଳ ପାଇଁ ଘର ଅଗଣାରେ କୁକୁଡ଼ା ପାଳନ

October 05
15:20 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୫/୧୦: ନୟାଗଡ଼ ଖଣ୍ଡପଡ଼ା ବ୍ଲକ ଠାରେରେ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଘର ଅଗଣାରେ କୁକୁଡ଼ା ପାଳନ ର ଏକ କର୍ମଶାଳା ଆୟୋଜିତ ହୋଇଅଛି। ଆତ୍ମନିର୍ଭରଶୀଳ ହେବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହେଇଛି । ଖଣ୍ଡପଡ଼ା ବ୍ଲକ ର ରାଣିଛେଲି, ବନମାଳୀ ପୁର,ଗଡିଆ ସାହି, ଜଗନ୍ନାଥ ପ୍ରସାଦ, କୁମ୍ଭାରପଡ଼ା, ରାଣୀ ପଡା, କୋସକା ଗ୍ରାସ ପଞ୍ଚାୟତ ର ପ୍ରାୟ ୫୦ ଜଣ ହିତାଧିକାରୀଙ୍କୁ ନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଘର ଅଗଣାରେ ବନରାଜ କିପରି କୁକୁଡ଼ା ଚାଷ କରିହେବ ସେ ସମ୍ପର୍କରେ ଖଣ୍ଡପଡ଼ା ପ୍ରାଣି ଚିକିତ୍ସକ ଡାକ୍ତର ରମେଶ ଚନ୍ଦ୍ର ବେହେରା ଟିପ୍ପଣୀ ଦେଇଥିଲେ। ଏହି କର୍ମଶାଳାରେ ଏଭି ଏ ଏସ ଡଃ ଲିକେଶ କାନୁନଗୋ, ଡଃ ସୁଦାମ ଚନ୍ଦ୍ର ସାହୁ,ଏଲ ଆଇ ଗୋହିରାପଡା ପ୍ରସନ୍ନ କୁମାର ଦଳେଇ,ଏଲ ଆଇ କିଆଝର ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ହିତାଧିକାରୀ ମାନଙ୍କୁ କୁକୁଡ଼ା ଛୁଆ ବାଣ୍ଟିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031