Indus Valley Times

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

 Breaking News

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ
January 28
19:37 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୮/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ କମିଶନର ଓ ପ୍ରମୁଖ ସଚିବଙ୍କ ପତ୍ର କ୍ରମେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଆବାହକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ ଶୈକ୍ଷିକ ପରାମର୍ଶ ଦାତା ଅଧ୍ୟାପକ ତେଜେଶ୍ଵର ନାୟକ, ବରିଷ୍ଠ ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ପ୍ରଦୀପ୍ତକୁମାର ନାୟକ, ହିମନ୍ ଦିବାକା, ଅଧ୍ୟାପିକା ସୁଲୋଚନା କହଁର, ଦୁଷ୍ମନ୍ତ ଶବର, କୃଷ୍ଣଚନ୍ଦ୍ର ପଣ୍ଡା ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ସୁରେଶକୁମାର ମିଶ୍ର କ୍ରୀଡା ପ୍ରଶିକ୍ଷକ ଗଙ୍ଗାଧର ପଣ୍ଡା ପ୍ରମୁଖ ଉପସ୍ଥିତରହି ଉଦବୋଧନ ଦେଇଥିଲେ।
ଅଭିଭାବକ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷଗିରି ରାଓ ଆଚାରୀ, ସୈ।ଭାଗିନୀ ଦାଶ, ସୁବାସ ଚନ୍ଦ୍ର ଡାକୁଆ, କାର୍ତ୍ତିକ ଚନ୍ଦ୍ର ସାମଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ବାଲିଗୁଡା,୨୮/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଦୁଇଟି ପର‌୍ୟ୍ୟାୟରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି।ସଂଯୁକ୍ତା ନାୟକ ଏହି କାର‌୍ୟ୍ୟକ୍ରମର ସଂଯୋଜିକା ଥିବା ବେଳେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସଭାପତି ଆସନ ଗ୍ରହଣ କରିଥିଲେ ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁରେଶକୁମାର ଦାସ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.ମଧୁସୂଦନ ମହାପାତ୍ର ଯୋଗଦେଇ ପ୍ରଶିକ୍ଷଣ ଶିବିରର ଅପରିହାର‌୍ୟ୍ୟତା ସମ୍ପର୍କରେ ବୁଝାଇ ଥିଲେ। ଉପସ୍ଥିତ ଅତିଥି ମାନେ ପ୍ରଶିକ୍ଷାର୍ଥିନୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ତାଲିମ୍ ଶିବିରର ଉପାଦେୟତା ଛାତ୍ରୀ ମାନେ ବଖାଣି ନିଜ ଅନୁଭୂତି କହିଥିଲେ।
ମଇଁଷି ସହ ମୋଟରସାଇକେଲ ଧକ୍କା: ଦୁଇ ମୋଟର ସାଇକେଲ ଆରୋହୀ ଗୁରୁତର
ବାଲିଗୁଡ଼ା,୨୮/୧: ମଇଁଷି ସହ ମୋଟରସାଇକେଲ ଧକ୍କା । ଦୁର୍ଘଟଣାରେ ଦୁଇ ମୋଟରସାଇକେଲ ଆରୋହୀ ଗୁରୁତର । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୁମାପଦର ଛକ ନିକଟରେ । ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟାରେ ବାଲିଗୁଡ଼ା ଥାନା ରେବିଙ୍ଗିଆ ଅଞ୍ଚଳର ଦୁଇ ଭାଇ ଅଜୟ ବଗର୍ତ୍ତୀ ଓ ବିପିନ ବଗର୍ତ୍ତୀ ଏକ ହୋଣ୍ଡା ସାଇନ୍ ମୋଟରସାଇକେଲ (ଙଊ୦୨ଉ ୨୦୪୩) ରେ କ.ନୁଆଗାଁ ଥାନା ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ଦଶାହ କାର‌୍ୟ୍ୟରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଗୁମାପଦର ଛକ ନିକଟରେ ରାସ୍ତାରେ ଥିବା ଏକ ମଇଁଷି ସହ ଧକ୍କା ହୋଇଥିଲା । ଫଳରେ ଦୁଇ ଭାଇ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଥିଲେ । ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଅମିତ୍ କୁମାର ନାୟକ ନାମକ ଜଣେ ସ୍ବେଚ୍ଛାସେବୀ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ବର୍ତ୍ତମାନ ଆହତ ଦୁଇ ଭାଇ ସେଠାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ସେପଟେ ସବୁବେଳେ ଗାଈଗୋରୁ,ଛେଳି ମେଣ୍ଢା ଭଳି ଗୃହପାଳିତ ପଶୁ ରାଜ ରାସ୍ତାରେ ଚଳପ୍ରଚଳ କରିବା ସହ ଅଧିକାଂଶ ସ୍ଥାନରେ ପଲ ପଲ ହୋଇ ଶୋଇ ରହୁଛନ୍ତି । ଏଥିଯୋଗୁଁ ବାରମ୍ବାର ରାସ୍ତାରେ ଦୁର୍ଘଟଣା ଘଟୁଛି ଏବଂ ଅକାରଣଣରେ ଜନଜୀବନ କ୍ଷତି ଘଟୁଛି । ଏଣୁ ପ୍ରଶାସନ ପକ୍ଷରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031